ଡିଲର ଚାଉଳ ନଦେବାରୁ ତାତିଲେ ଗ୍ରାମବାସୀ, ରାସ୍ତାରେ ବସି ଢେଙ୍କାନାଳ କଙ୍କଡ଼ାହାଡ଼ ବ୍ଲକ ବହାଡାପାଳ ଗାଁ ଲୋକଙ୍କ ପ୍ରତିବାଦ

 ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ କାନ୍ତୁଲ ପଂଚାୟତ ବହାଡ଼ାପାଳ ଗାଁର ଲୋକମାନେ ସଠିକ ଭାବରେ ଚାଉଳ ପାଉନଥିବା କାରଣରୁ ଗୁରୁବାର ଗାଁ ରାସ୍ତା ଉପରେ ବସିଲେ ।

26

କନକ ବ୍ୟୁରୋ : ଢେଙ୍କାନାଳ ଜିଲା  ଅପହଞ୍ଚ ଇଲାକା ବହାଡ଼ାପାଳ ଗାଁରେ ଗୁରୁବାର  ଗ୍ରାମବାସୀ ରାସ୍ତା ଉପରେ ବସି  ପ୍ରତିବାଦ କରିଛନ୍ତି । ଡିଲର ରାସନ ଚାଉଳ ନଦେବାରୁ ଏଭଳି ପ୍ରତିବାଦ କରିଛନ୍ତି ଗ୍ରାମବାସୀ ।  ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ କାନ୍ତୁଲ ପଂଚାୟତ ବହାଡ଼ାପାଳ ଗାଁର ଲୋକମାନେ ସଠିକ ଭାବରେ ଚାଉଳ ପାଉନଥିବା କାରଣରୁ ଗୁରୁବାର ଗାଁ ରାସ୍ତା ଉପରେ ବସିଲେ । ସେମାନଙ୍କ ଦାବି ପୂରଣ ନହେବା ଯାଏ ଚାଲିବ ଆନ୍ଦୋଳନ କହିଛନ୍ତି । ସେହି ରାସ୍ତା ଦେଇ ପରଜଙ୍ଗ ବିଧାୟକ ବିଭୁତି ପ୍ରଧାନ ଯିବାକୁ ଥିବାବେଳେ ଲୋକମାନେ ବିଧାୟକଙ୍କୁ ଏହାର ଅଭିଯୋଗ ଜଣାଇବା ପାଇଁ ଆନ୍ଦୋଳନ କରିଥିବା ସୂଚନା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe