କନକ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଏନ୍ଏସି ୮ ନଂ ୱାର୍ଡ ଶ୍ୟାମସୁନ୍ଦରପୁର ଗାଁରୁ ଆସିଛି ଏପରି ଅଭିଯୋଗ । ଗାଁରେ ବାରମ୍ବାର ନଳକୂପ ଖୋଳି ଏନ୍ଏସିର ଅନ୍ୟ ୧୧ଟି ୱାର୍ଡକୁ ପିଏଚ୍ଡି ବିଭାଗ ପାଣି ଦେଉଥିବା ଅଭିଯୋଗ ଆସିଛି । ପୂର୍ବରୁ ୧୦ରୁ ଅଧିକ ନଳକୂପ ଖୋଳା ହୋଇଥିଲା । ଏବେ ପୁଣି ଆଉ ଗୋଟିଏ ବୋରିଂ ଖୋଳିବାକୁ ଆସିଥିବା ବେଳେ ଗାଡ଼ି ସହ ପିଏଚ୍ଡି କର୍ମଚାରୀଙ୍କୁ ଅଟକାଇଥିଲେ ଗ୍ରାମବାସୀ । ପୁଲିସ ବୁଝାସୁଝା କରିବା ପରେ ଅଟକ ପିଏଚ୍ଡି କର୍ମଚାରୀ ଓ ଗାଡ଼ିକୁ ଉଦ୍ଧାର ହୋଇଥିଲେ ।
ଗଂଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦିନକୁ ଦିନ ଭୂତଳ ଜଳସ୍ତର କମିବାରେ ଲାଗିଛି । ଗ୍ରାମାଞ୍ଚଳରେ କୂଅ, ପୋଖରୀ ସବୁ ଶୁଖି ଗଲାଣି । ବର୍ଷା ଦିନେ ବି ଲୋକ ପାଣି ପାଇଁ ହନ୍ତସନ୍ତ ହେବା ସହ ବନ୍ୟଜନ୍ତଙ୍କୁ ପାଣି ମିଳୁନାହିଁ । ଗଭୀର ନଳକୂପ ଖନନ ଯୋଗୁଁ ଏଭଳି ହେଉଥିବା ଅଭିଯୋଗ ହୋଇଛି । ପିଏଚ୍ଡି ବିଭାଗ ବୋରିଂ ଖୋଳି ଅନ୍ୟ ୱାର୍ଡକୁ ଲକ୍ଷଲକ୍ଷ ଲିଟର ପାଣି ଯୋଗାଉଥିବା ଅଭିଯୋଗ ଆସିଛି । ତୁରନ୍ତ ଶ୍ୟାମସୁନ୍ଦରପୁର ଗାଁରୁ ଅନ୍ୟ ୱାର୍ଡକୁ ପାଣି ଯୋଗାଣ ବନ୍ଦ କରିବାକୁ ଦାବି ହୋଇଛି ।
ନଳକୂପ ଖୋଳିବାକୁ ଯାଇ ଅଟକ, ପିଏଚ୍ଡି କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ
ଗାଁର ଭୂତଳ ଜଳସ୍ତର କମୁଥିବାରୁ ତାତିଲେ ଗାଁ ଲୋକ ।
/kanak/media/media_files/2025/09/11/water-2025-09-11-18-27-53.jpg)