ବେଆଇନ୍ ଗୋରୁ ଚାଲାଣବେଳେ ଧରିଲେ ଗ୍ରାମବାସୀ : ଜବତ କଲେ ଗୋରୁବୋଝେଇ କଣ୍ଟେନର

Advertisment

ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥର ଗଡ଼ ଖୋର୍ଦ୍ଧା ଛକ ନିକଟରୁ ଏକ ଗୋରୁ ବୋଝେଇ କଣ୍ଟେନର ଜବତ ହୋଇଛି । ଏହା ମଧ୍ୟରୁ ୩୮ରୁ ଅଧିକ ଗୋରୁ ଉଦ୍ଧାର ହୋଇଥିବା ବେଳେ ଚାଲାଣରେ ସମ୍ପୃକ୍ତ ୩ ଜଣଙ୍କୁ ଅଟକ ରଖାଯାଇଛି ।

Updated On

ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥର ଗଡ଼ ଖୋର୍ଦ୍ଧା ଛକ ନିକଟରୁ ଏକ ଗୋରୁ ବୋଝେଇ କଣ୍ଟେନର ଜବତ ହୋଇଛି । ଏହା ମଧ୍ୟରୁ ୩୮ରୁ ଅଧିକ ଗୋରୁ ଉଦ୍ଧାର ହୋଇଥିବା ବେଳେ ଚାଲାଣରେ ସମ୍ପୃକ୍ତ ୩ ଜଣଙ୍କୁ ଅଟକ ରଖାଯାଇଛି ।

ଅଦ୍ୟତନ ହୋଇଛି
ୋୋଗଲ

ୋୋଗଲ Photograph: (ୋୋଗଲ )

କନକବ୍ୟୁରୋ :  ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥର ଗଡ଼ ଖୋର୍ଦ୍ଧା ଛକ ନିକଟରୁ ଏକ ଗୋରୁ ବୋଝେଇ କଣ୍ଟେନର ଜବତ ହୋଇଛି । ଏହା ମଧ୍ୟରୁ ୩୮ରୁ ଅଧିକ ଗୋରୁ ଉଦ୍ଧାର ହୋଇଥିବା ବେଳେ ଚାଲାଣରେ ସମ୍ପୃକ୍ତ ୩ ଜଣଙ୍କୁ ଅଟକ ରଖାଯାଇଛି ।  କଣ୍ଟେନର ରେ ଗୋରୁ ଆନ୍ଧ୍ରରୁ କୋଲକାତା ନିଆଯାଉଥିବା ସୂଚନା ମିଳିଛି ।  ଗୋସେବକ ମାନେ ଖବର ପାଇ ଏହି କଣ୍ଟେନରକୁ ଅଟକ ରଖିଥିଲେ । 

ଏସବୁ ଗୋରୁଙ୍କୁ କୋଲକାତାରେ ଲକ୍ଷାଧିକ ଟଙ୍କାରେ ବିକ୍ରି କରାଯାଇଥାନ୍ତା ।  ସେପଟେ ପୁରୀ ଜିଲ୍ଲା ଡେଲାଙ୍ଗରେ ଷଣ୍ଢକୁ କରୁଥିଲେ ଚୋରି । ବୋଲର ଗାଡ଼ିରେ ନେଇ ଯାଉଥିବା ବେଳେ ଡେଲାଙ୍ଗ ହାଟ ନିକଟ ରାମଚନ୍ଦ୍ରପୁର ଛକରେ ବୋଲେରୋକୁ କାବୁ କଲେ ସ୍ଥାନୀୟ ଲୋକେ  । ଚୋରି କରି ନେଉଥିବା ଷଣ୍ଢକୁ ଉଦ୍ଧାର କରାଯାଇଛି ।  ଷଣ୍ଢର ଗୋଡ଼ ବାନ୍ଧି ଅତି ନିର୍ମମ ଭାବରେ ଗାଡ଼ିରେ ନିଆଯାଉଥିଲା । ସେହିପରି ଗତକାଲି ନିମାପଡା ନିକଟ ବଳଙ୍ଗା ଅଂଚଳର  ଏକ ଟାଟା ଏସି ଗାଡ଼ିରେ ଷଣ୍ଢକୁ ନେଇଯାଉଥିବା ସମୟରେ ସ୍ଥାନୀୟ ଯୁବକ ଅଟକାଇଥିଲେ। ଗାଡ଼ି ଛାଡି ଫେରାର ମରିଥିଲେ ଦୃର୍ବୃତ । ବଳଙ୍ଗା ପୋଲିସ ଗାଡ଼ିକୁ ଜବତ କରିବା ସହ ଷଣ୍ଢକୁ ଉଦ୍ଧାର କରିଥିଲା । 


--

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe