କନକବ୍ୟୁରୋ : ଧାନ ଚୋରଙ୍କୁ କାବୁ କଲେ ଗ୍ରାମବାସି। ବିଳମ୍ବିତ ରାତିରେ ଧାନ ଚୋରାଉଥିବା ବେଳେ ଧରାପଡ଼ିଲେ ଆଠ ଧାନଚୋର। ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଗୌଡ଼ଟିକ୍ରା ଗାଁରେ ଘଟିଛି ଏଭଳି ଘଟଣା। ଗତ କିଛିଦିନ ହେଲା ଏହି ଅଂଚଳରେ ଧାନଚୋରି ହେଉଥିବା ନେଇ ଖବର ଆସୁଥିଲା। କିଛି ଦିନ ପୂର୍ବରୁ ଏହି ଅଞ୍ଚଳର ଜଣେ ଚାଷୀ ତାଙ୍କ ଖଳାରେ ଧାନ ଶୁଖାଇ ମଣ୍ଡି କୁ ନେବା ପାଇଁ ବସ୍ତାରେ ବାନ୍ଧି ରଖିଥିଲେ ।
କିନ୍ତୁ କିଛି ଚୋର ରାତିରେ ଆସି ତାଙ୍କ କଷ୍ଟ ଉପାର୍ଜିତ ୧୨୦ ବସ୍ତା ଧାନ ଚୋରି କରି ନେଇଯାଇଥିଲେ । ଏତେ ପରିମାଣରେ ଧାନ ଚୋରୀ ହେବାପରେ ଗାଁଲୋକେ ଏକଜୁଟ ହୋଇ ଚୋରଙ୍କୁ ଧରିବା ପାଇଁ ରାତିସାରା ଜଗି ବସି ରହିଥିଲେ ଗତକାଲି ବିଳମ୍ବତ ରାତିରେ ପୁଣିଥରେ ଏକ ବିଲରେ ରଖାଯାଇଥିବା ଧାନକୁ ଚୋରି କରିବା ପାଇଁ ଚେଷ୍ଟା କରୁଥିବା ବେଳେ ଧରାପଡ଼ିଛନ୍ତି ୮ ଜଣ ଚୋର । ଏମାନଙ୍କ ଭିତରୁ ୪ ଜଣ ନାବାଳକ ଥିବା ଜଣାପଡ଼ିଛି। ଖବର ପାଇ ଘଟଣାର ତଦନ୍ତ କରୁଛି ଅତାବିରା ପୁଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2024/11/27/zX5OS0kw84X16yUkS22y.jpg)