ଗୁଣିଗାରେଡି ସନ୍ଦେହରେ ନିର୍ମମ ହତ୍ୟା ; ଯୁବକଙ୍କୁ ଜିଅନ୍ତା ଜାଳିଦେଲେ

ଗୁଣି ଗାରିଡ଼ି ସନ୍ଦେହରେ ଯୁବକଙ୍କୁ ନିର୍ମମ ହତ୍ୟା । କୋରାପୁଟ, ବନ୍ଧୁଗାଁ, ଝାରାପା ଗାଁରେ ଜଣେ ବ୍ୟକ୍ତିଙ୍କ ହଠାତ୍ ମୃତ୍ୟୁକୁ ନେଇ ଗୁଣି ସନ୍ଦେହ କଲେ ପରିବାର ଲୋକେ । ଶବ ଦାହବେଳେ ଗୁଣି ସନ୍ଦେହ କରୁଥିବା ଯୁବକଙ୍କୁ ଜିଅନ୍ତା ଜାଲିଦେଲେ।

29bm

କନକ ବ୍ୟୁରୋ : ଗୁଣିଗାରେଡ଼ି ସନ୍ଦେହରେ ଜିଅନ୍ତା ଜାଳିଦେଲେ । କୋରାପୁଟ, ବନ୍ଧୁଗାଁ ବ୍ଲକ୍ ଝାରାପା ଗାଁରେ ଜଣଙ୍କ ହଠାତ୍ ମୃତ୍ୟୁ ପରେ ଗୁଣି ସନ୍ଦେହରେ ଆଉ ଜଣକୁ ନିର୍ମମ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ,  ଗାଁର ଜାଙ୍ଗମା ମିଣ୍ୟାକାଙ୍କ ଦେହ ଅସୁସ୍ଥ ଥିବାରୁ ହଠାତ ନିଜ ଘରେ ମୃତ୍ୟୁ ହୋଇଯାଇଥିଲା । ଗାଁରେ ହଠାତ ଜାଙ୍ଗମା ମିଣ୍ୟାକାଙ୍କ ମୃତ୍ୟୁକୁ ନେଇ ମୃତ ବ୍ୟକ୍ତିଙ୍କ ସମ୍ପର୍କୀୟ ମାନେ ଏହା ଗୁଣି ଯୋଗୁଁ ହୋଇଥିବା ସନ୍ଦେହ କରି ଅଧିକ ପ୍ରତିଶୋଧ ପରାୟଣ ହୋଇ ଯାଇଥିଲେ । ମୃତ ବ୍ୟକ୍ତିଙ୍କ ସମ୍ପର୍କୀୟ ସେହି ଗାଁର ଆଉ ଜଣେ ଶିବ ମିଣ୍ୟାକାଙ୍କ ଦ୍ଵାରା ଗୁଣି ଗାରେଡ଼ି କରିଥିବା ସନ୍ଦେହ କରି ସଙ୍ଗେ ସଙ୍ଗେ ପ୍ରତିଶୋଧ ନେବାକୁ ଗାଁରେ ପହଞ୍ଚି ଶିବ ମିଣ୍ୟାକାଙ୍କୁ ହତ୍ୟା କରିଥିଲେ । 

ପ୍ରଥମେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କୁ ଗାଁ ଲୋକଙ୍କ ଦ୍ୱାରା ନିଜ ଗାଁ ଶ୍ମଶାନକୁ ନେଇ ଦାହ କରିବା ପରେ ପରେ ହତ୍ୟା କରିଥିବା ଶିବ ମିଣ୍ୟାକାଙ୍କୁ ସେହି ଶ୍ମଶାନରେ ହିଁ ନିଆଁ ଲଗାଇ ପୋଡି ଦେଇଥିଲେ। ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହି ହତ୍ୟା କରିଥିବା ଖବର ଗାଁରୁ କିଏ ଯଦି କହିବ ସେମାନଙ୍କୁ ହତ୍ୟା କରାଯିବ ବୋଲି ହତ୍ୟା କରିଥିବା କସାରି ମିଣ୍ୟାକା, ରୂପା ମିଣ୍ୟାକା, ଯୋଗଲି ମିଣ୍ୟାକା, ମାନ୍ଦାରାଓ ମିଣ୍ୟାକା ଓ ନରି ମିଣ୍ୟାକା  କହି ବୁଲୁଥିବା ଶୁଣିବାକୁ ମିଳିଛି । ଗାଁରେ ବର୍ତ୍ତମାନ କାହାରିକୁ ପଚାରିଲେ ମଧ୍ୟ ଭୟଭୀତ ଅବସ୍ଥାରେ କିଏ ଗାଁରେ ନଥିବା କହି ଏଡାଇ ରହି ଯାଇଛନ୍ତି ।। ପୋଲିସ ଗାଁରେ ପହଞ୍ଚି ହତ୍ୟା କରି ଥିବା ଲୋକଙ୍କୁ ଗିରଫ କଲେ ଆଉ ଅଧିକ ରଚକ ତଥ୍ୟ ଜାଣିବାକୁ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe