ସଂକଟରୁ ସଂକଳ୍ପ, ଅଭାବରୁ ଉଦ୍ଭାବନ: ଗାଁକୁ ପାହାଡ଼ି ପାଣି ଆଣିଲେ ଗ୍ରାମବାସୀ

Advertisment

ପ୍ରତ୍ୟେକ ଘରକୁ ନେଲେ ବିଶୁଦ୍ଧ ପାଣି । ରେଢ଼ାଖୋଲ ବରହମପୁରା ଗ୍ରାମବାସୀ ଏକଜୁଟ ହେଲେ ଘର ପିଛା ଦୁଇ ହଜାର ଟଙ୍କା ଦେବା ସହିତ ଭେଟି ଆକାରରେ ଶ୍ରମଦାନ ମାସେରୁ ଅଧିକ ସମୟ ଦେବା ଫଳରେ,ଗ୍ରାମର ପ୍ରତେକ ଘରେ ପହଞ୍ଚିଛି ପାଣି ।

ପ୍ରତ୍ୟେକ ଘରକୁ ନେଲେ ବିଶୁଦ୍ଧ ପାଣି । ରେଢ଼ାଖୋଲ ବରହମପୁରା ଗ୍ରାମବାସୀ ଏକଜୁଟ ହେଲେ ଘର ପିଛା ଦୁଇ ହଜାର ଟଙ୍କା ଦେବା ସହିତ ଭେଟି ଆକାରରେ ଶ୍ରମଦାନ ମାସେରୁ ଅଧିକ ସମୟ ଦେବା ଫଳରେ,ଗ୍ରାମର ପ୍ରତେକ ଘରେ ପହଞ୍ଚିଛି ପାଣି ।

hiil water

Photograph: (kanak news)

କନକ ବ୍ୟୁରୋ: ପ୍ରତ୍ୟେକ ଘରକୁ ନେଲେ ବିଶୁଦ୍ଧ ପାଣି । ରେଢ଼ାଖୋଲ ବରହମପୁରା ଗ୍ରାମବାସୀ ଏକଜୁଟ ହେଲେ ଘର ପିଛା ଦୁଇ ହଜାର ଟଙ୍କା ଦେବା ସହିତ ଭେଟି ଆକାରରେ ଶ୍ରମଦାନ ମାସେରୁ ଅଧିକ ସମୟ ଦେବା ଫଳରେ,ଗ୍ରାମର ପ୍ରତେକ ଘରେ ପହଞ୍ଚିଛି ପାଣି । ସଫଳ ପ୍ରୟୋଗ ଭାଗ୍ୟ ବଦଳାଇଦେଲା । ଏବେ ୨୪ଘଣ୍ଟା ହାତ ପାହାନ୍ତରେ ପାଣି । ପଡ଼ିଆ ଜମି ଏବେ ବଦଳିଛି ସବୁଜ କ୍ଷେତରେ । ପନିପରିବା ଚାଷ ହେଉଛି ଲୋକେ ରୋଜଗାର ପାଇଛନ୍ତି । ସ୍ୱାବଲମ୍ବି ମଧ୍ୟ ହୋଇଛନ୍ତି । ଆଉଜିବାକୁ ପଡ଼ିବନି ବାହାର ରାଜ୍ୟକୁ ଦାଦନ ଖଟିବାକୁ କ୍ଷ ଏକତା ହିଁ ବଳ ଏହାକୁ ସମ୍ଭବ କରି ଦେଖାଇଛନ୍ତି ସମ୍ବଲପୁର ରେଢ଼ାଖୋଲ ଉପଖଣ୍ଡ ବ୍ରହ୍ମପୁରା ଗ୍ରାମବାସୀ । 

ଗାଁରେ ଲାଗି ରହିଥିଲା ପାଣି ସମସ୍ୟା। ପିଇବାକୁ ତ ମିଳୁନଥିଲା, ଚାଷବାସ ବି ହୋଇ ପାରୁନଥିଲା। ବର୍ଷ ବର୍ଷ ଧରି ଜଳ ସଙ୍କଟରେ ଜୁଝି ହେଉଥିଲେ ଗ୍ରାମବାସୀ। କିନ୍ତୁ ସମାଧାନ ଦିଗରେ ପଦକ୍ଷେପ ନେଉନଥିଲା ପ୍ରଶାସନ। ବାରମ୍ବାର ଅଭିଯୋଗ କରି ନିରାଶ ହେବା ପରେ ଗ୍ରାମବାସୀ ବୈଠକ କରି ଏକ ହେଲେ। ନିଜ ଅର୍ଥ ଓ ଶ୍ରମଦାନରେ ଜଳ ସଙ୍କଟ ଦୂର କରିବାରେ ସଫଳ ହୋଇଛନ୍ତି। ପାହାଡ଼ ଉପରୁ ଝରି ଆସୁଥିବା ପାଣିକୁ ଗାଁକୁ ଆଣିବାରେ ସକ୍ଷମ ହୋଇଛନ୍ତି ରେଢ଼ାଖୋଲ ବ୍ଲକ ବରହମପୁରା ଗ୍ରାମବାସୀ।

ଗାଁରେ ୫ଟି ନଳକୂପ ଥାଇ ବି ଶୋଷ ମେଣ୍ଟୁ ନଥିଲା। ଚାଷ ଜମି ପଡ଼ିଆ ପଡ଼ୁଥିଲା। ପାଣି ପାଇଁ ଡହଳ ବିକଳ ହେଉଥିଲେ ୫୦ଟି ପରିବାର। ସଙ୍କଟରେ ପଡ଼ି ବିକଳ୍ପ ଖଜିଲେ ଗ୍ରାମବାସୀ କ୍ଷ ଛୋଟ ହ୍ରଦଟିଏ କରି ପାହାଡ଼ରୁ ଝରି ଆସୁଥିବା ପାଣିକୁ ଅଟକାଇଲେ। ନାବାଡ଼ ପକ୍ଷରୁ ମିଳିଥିବା ପାଇପ୍‌କୁ ସେଥିରେ ସଂଯୋଗ କରି ଗାଁକୁ ଆଣିଛନ୍ତି ପଥର ଓ ଗଛ ଚେର ସନ୍ଧିରୁ ଝରି ଆସୁଥିବା ପାଣି। ବ୍ଲକ ସଦର ମହୁକମା ଠାରୁ ୧୫ କିମି ଦୂରରେ ଥିବା ବରହମପୁରା ଗାଁରେ ରାତି ପାହିଲେ ପାଣି ଚିନ୍ତା ଘାରୁଥିଲା। ହେଲେ ଏବେ ପ୍ରତି ଘରେ ୨୪ ଘଂଟିଆ ବିଶୁଦ୍ଧ ପିଇବା ପହଞ୍ଚିଛି। ପାଣି ପାଇ ଟାଙ୍ଗରା ଭୂଇଁ ହସୁଛି। ପ୍ରାୟ ୧୦ ହେକ୍ଟର ଜମିରେ ପନିପରିବା ଚାଷ ହୋଇଛି। ରୋଜଗାର ଆଶାରେ ଦାଦନ ଖଟିବାକୁ ଯାଉଥିବା ଗ୍ରାମବାସୀ ଏବେ ବାହାରକୁ ନଯାଇ ନିଜ ଜମିରେ ସୁନା ଫଳାଇବାରେ ସକ୍ଷମ ହୋଇଛନ୍ତି।

ସବୁଠାରୁ ବଡ଼ ବିଡ଼ମ୍ବନା ହେଉଛି, ଏକଥା ଜାଣିବା ପରେ ତତ୍କାଳୀନ ଜିଲ୍ଲାପାଳ ଗାଁକୁ ଆସିଥଲେ। ଗ୍ରାମବାସୀଙ୍କୁ ପ୍ରଶଂସା କରିବା ସହ ୩ ଲକ୍ଷର ଅନୁଦାନ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସବୁ ଭୁଲି ଗଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe