ଗାଁ ଦାଣ୍ଡରେ ବସିଲା କଙ୍ଗାରୁ କୋର୍ଟ: ପାରିବାରିକ କଳହକୁ ନେଇ ଯୁବକଙ୍କୁ ନିସ୍ତୁକ ମାଡ଼ ମାରି ସାରା ରାତି ବାନ୍ଧିଲେ ଗ୍ରାମବାସୀ

ପାରିବାରିକ କଳହକୁ କେନ୍ଦ୍ର କରି ଯୁବକକୁ ନିସ୍ତୁକ ମାଡ଼ ମାରିବା ସହ ସାରା ରାତି ଗାଁ ଦାଣ୍ଡରେ ବାନ୍ଧିଲେ ଗ୍ରାମବାସୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଅଡବା ଥାନା ଗରଡ଼ମା ଗାଁରେ । ଘଟଣା ସ୍ଥଳରେ ଅଡବା ପୁଲିସ ପହଞ୍ଚି ଯୁବକୁ ଉଦ୍ଧାର କରିଛି ।

30

Photograph: (kanak news)

କନକ ବ୍ୟୁରୋ: ଗାଁ ଦାଣ୍ଡରେ ବସିଲା କଙ୍ଗାରୁ କୋର୍ଟ । ପାରିବାରିକ କଳହକୁ କେନ୍ଦ୍ର କରି ଯୁବକକୁ ନିସ୍ତୁକ ମାଡ଼ ମାରିବା ସହ ସାରା ରାତି ଗାଁ ଦାଣ୍ଡରେ ବାନ୍ଧିଲେ ଗ୍ରାମବାସୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଅଡବା ଥାନା ଗରଡ଼ମା ଗାଁରେ । ଘଟଣା ସ୍ଥଳରେ ଅଡବା ପୁଲିସ ପହଞ୍ଚି ଯୁବକୁ ଉଦ୍ଧାର କରିଛି । ଗାଁର ସୁଭଦ୍ରା ମାଳବିଷୋୟୀ ଗତ ତିନିବର୍ଷ ପୂର୍ବେ ବ୍ରାହ୍ମଣୀଗାଁ ଥାନା ବୁଡ଼ିଶିଳ ଗାଁର ଜଳନ୍ତ ବଳିଆରସିଂ କୁ ବିବାହ କରିଥିଲେ । ହେଲେ ପାରିବାରିକ କଳହ ପାଇଁ ଝିଅ ଘର ପରିବାର ଲୋକେ ଗତ ୧୧ ମାସ ତଳେ ଝିଅ ନିଜ ଘରକୁ ପଳାଇଆସିଥିଲା । ଘଟଣାରେ ଉଭୟ ପରିବାର ପକ୍ଷରୁ ଥାନା ମାମଲା ରୁଜୁ ହେବା ସହ କୋର୍ଟ ରେ ବିଚାରଧୀନ ଅଛି । ଗତକାଲି ଯୁବକ ଜଣକ ରାସନ ଚାଉଳ ନେବାକୁ  ଗରଡ଼ମା ଗାଁକୁ ଆସିଥିବା ବେଳେ ଝିଅ ଘର ଲୋକେ ଯୁବକକୁ ମାଡ଼ ମାରିବା ସହ ରାତି ତମାମ ଗାଁ ଦାଣ୍ଡରେ ବାନ୍ଧି ରଖିଥିଲେ। ଘଟଣାର ପୁଲିସ ଖବର ପାଇ ବୁଝା ସୁଝା କରି ଯୁବକ କୁ ଉଦ୍ଧାର କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe