ବାଲେଶ୍ବରରେ ମାତିଛନ୍ତି ବାଲି ମାଫିଆ ; ଚୋରା ବାଲି ଉତ୍ତୋଳନକୁ ବିରୋଧ କରିବାରୁ ଗ୍ରାମବାସୀଙ୍କୁ ଆକ୍ରମଣ

ବାଲି ମାଫିଆଙ୍କ ଆକ୍ରମଣରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ମାନଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

24

କନକ ବ୍ୟୁରୋ : ଚୋରା ବାଲି ଉତ୍ତୋଳନକୁ ବିରୋଧ କରିବାରୁ ଗ୍ରାମବାସୀଙ୍କୁ ବାଲି ମାଫିଆଙ୍କ ଆକ୍ରମଣ ।  ବାଲି ମାଫିଆଙ୍କ ଆକ୍ରମଣରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ମାନଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଜଳେଶ୍ୱର ଥାନା ଚାଲନ୍ତି ଠାରେ ବିଳମ୍ବିତ ରାତିରେ ସୁବର୍ଣ୍ଣରେଖା ନଦୀରୁ ବାଲି ଉତ୍ତୋଳନ ହେଉଥିଲା । ବାଲି ମାଫିଆ ସୁବର୍ଣ୍ଣରେଖା ନଦୀରୁ ବେଆଇନ ଭାବରେ ବାଲି ଉତ୍ତୋଳନ କରୁଥିଲେ । ସେହି ସମୟରେ ଗାଁର ୪ରୁ ୫ଜଣ ଯୁବକ ଏହାକୁ ବିରୋଧ କରିଥିଲେ । ଏହାପରେ ମାଫିଆ ମାନେ ସେମାନଙ୍କୁ ଆକ୍ରମଣ କରିଥିଲେ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe