କନକ ବ୍ୟୁରୋ : ଯାଜପୁର ବ୍ଲକ ଝାଲପଡା ପଞ୍ଚାୟତର ସାନବାଗସାହିର ହିତାଧିକାରୀ ୩ ମାସ ହେବ ରାସନ ସୁବିଧାରୁ ବଂଚିତ । ସମସ୍ତ ଗ୍ରାମବାସୀ ଗରିବ ଶ୍ରେଣୀର । ମୂଲ ମଜୁର କରି ପରିବାର ପୋଷନ୍ତି । ସରକାରଙ୍କ ରାସନ ଚାଉଳ ଅଭାବୀ ପରିବାର ପେଟକୁ ଦାନା ଦେବାର ପ୍ରମୁଖ ମାଧ୍ୟମ ସାଜିଛି । କିନ୍ତୁ ସ୍ଥାନୀୟ ରାସନ ବଣ୍ଟନ ଅଧିକାରୀ ପର୍ଶୁରାମ ମୁଦୁଲିଙ୍କ ମନମୁଖୀ କାର୍ଯ୍ୟ ପାଇଁ ହିତାଧିକାରୀଙ୍କୁ ଉପାସ ରହିବାକୁ ପଡୁଛି । 

Advertisment

ଗାଁର ୧୦୭ ଜଣ ରାସନକାର୍ଡ ହିତାଧିକାରୀଙ୍କ ମୋଟ ୫ଶହରୁ ଅଧିକ ଲୋକ ଡିଲରଙ୍କ ତ୍ରୁଟି ପାଇଁ ସମସ୍ୟା ଭୋଗୁଛନ୍ତି ।  ଡିଲର ଚାଉଳ ବଣ୍ଟନରେ ଅନିୟମିତତା କରୁଥିବା ଜିଲ୍ଲାପଳଙ୍କ ପାଖରେ ଅଭିଯୋଗ କରିଛନ୍ତି । କେତେବେଳେ ଆଗୁଆ ଟିପ ନେଇ ୩ ମାସ ବଦଳରେ ୨ ମାସ ଚାଉଳ ଦେଉଛନ୍ତି । ଆଉ କେତେବେଳେ ଚଳିତ ମାସର ଚାଉଳ ଦେଇ ପୁରୁଣା ଚାଉଳକୁ ବାଟମାରଣା କରୁଥିବାର ଗ୍ରାମବାସୀ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଛନ୍ତି ।  ଚାଉଳ ବଣ୍ଟନର ଅନିୟମିତତା ସଂପର୍କରେ ପୂର୍ବରୁ ମଧ୍ୟ ବିଡିଓ, ବ୍ଲକ ଯୋଗାଣ ଅଧିକାରୀଙ୍କୁ ମଧ୍ୟ ଅବଗତ କରାଇଛନ୍ତି । କୌଣସି କାର୍ଯ୍ୟା ନୁଷ୍ଠାନ ଗ୍ରହଣ କରାଯାଇନାହିଁ। ତେଣୁ ଏବେ ଗାଁର ୫୦ରୁ ଅଧିକ ହିତାଧିକାରୀ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି।