ବିନା ଗ୍ରାମସଭାରେ ଗାଁ କାମ କରିବାକୁ ଷଡ଼ଯନ୍ତ୍ର : ନୂଆ ଗାଇଡ ଲାଇନ୍ ଜାରି କଲା ପଞ୍ଚାୟତିରାଜ ବିଭାଗ

ବିନା ଗ୍ରାମସଭାରେ ପ୍ରକଳ୍ପ କାର୍ଯ୍ୟକାରୀ କରିପାରିବେ ଜିଲ୍ଲାପାଳ । ବିଧାୟକମାନେ ଯେଉଁ ପ୍ରକଳ୍ପ ସୁପାରିଶ କରିବେ ତାହାକୁ ବିନା ଗ୍ରାମସଭାରେ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳମାନଙ୍କୁ କ୍ଷମତା ଦିଆଯାଇଛି ।

Grama sabha

Photograph: (KanakNews )

କନକ ବ୍ୟୁରୋ : ବିନା ଗ୍ରାମସଭାରେ ପ୍ରକଳ୍ପ କାର୍ଯ୍ୟକାରୀ କରିପାରିବେ ଜିଲ୍ଲାପାଳ । ବିଧାୟକମାନେ ଯେଉଁ ପ୍ରକଳ୍ପ ସୁପାରିଶ କରିବେ ତାହାକୁ ବିନା ଗ୍ରାମସଭାରେ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳମାନଙ୍କୁ କ୍ଷମତା ଦିଆଯାଇଛି । ଏନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଗାଇଡ୍‌ଲାଇନ୍ ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ, ବିକଶିତ ଗାଁ ବିକଶିତ ଓଡ଼ିଶାରେ ଯୋଜନାରେ ପ୍ରକଳ୍ପ ଅନୁମୋଦନ ବେଳେ ଯଦି ଜିଲ୍ଲାପାଳ ଅନୁଭବ କରିବେ ଯେ, କୌଣସି ଦରକାରୀ ପ୍ରକଳ୍ପ ସ୍ଥାନ ପାଇନାହିଁ ତେବେ ତାହାକୁ ସାମିଲ କରିପାରିବେ । ଏହା ସହ ଯଦି ପ୍ରକଳ୍ପ ତାଲିକାରେ ନଥିବା କୌଣସି ପ୍ରକଳ୍ପ ପାଇଁ ବିଧାୟକମାନେ ସୁପାରିଶ କରିବେ, ତେବେ ଜିଲ୍ଲାପାଳ ତାଙ୍କୁ ବାର୍ଷିକ ଆକ୍ସନ ପ୍ଲାନରେ ସାମିଲ କରିବେ । 

ହେଲେ ଏହା ବ୍ଲକ, ଗ୍ରାମପଞ୍ଚାୟତ ପାଇଁ ଆର୍ଥିକ ବରାଦ ହୋଇଥିବା ଅର୍ଥର ୪୦ ପ୍ରତିଶତରୁ ଅଧିକ ହେବନି । ଏହା ପୂର୍ବରୁ ମାର୍ଚ୍ଚ ୧୧ରେ ପଞ୍ଚାୟତିରାଜ ବିଭାଗ ପୂର୍ବ ଗାଇଡଲାଇନରେ ସଂଶୋଧନ କରିଥିଲା । ଏଥିରେ କୁହାଯାଇଛି ଯେ, ମୋଟ୍ ପ୍ରକଳ୍ପର ୨୦ ପ୍ରତିଶତ ପର୍ଯ୍ୟନ୍ତ ଅର୍ଥରେ ହେବାକୁ ଥିବା ପ୍ରକଳ୍ପ ପାଇଁ ବିଧାୟକ, ସାଂସଦ, ବରିଷ୍ଠ ଅଧିକାରୀମାନେ ସୁପାରିଶ କରିପାରିବେ। ବିଜେଡି ସରକାର ଅମଳରେ ପ୍ରତି ଗାଁର ଭିତ୍ତିଭୂମି ସୁଦୃଢ କରିବାକୁ ଆରମ୍ଭ ହୋଇଥିବା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମକୁ ବିଜେପି ସରକାର ବିରୋଧ କରିଥିଲା । ବିନା ଗ୍ରାମସଭାରେ ଯୋଜନା କାର୍ଯ୍ୟକାରୀ ହେଉଥିବାରୁ ଯୋଜନା ବିଫଳ ହୋଇଥିବା କୁହାଯାଇଥିଲା । ତେଣୁ ବିଜେପି ସରକାର ଏହାକୁ ବନ୍ଦ କରି ବିକାଶିତ ଗାଁ, ବିକଶିତ ଓଡ଼ିଶା ଯୋଜନା ଆରମ୍ଭ କରିଛି । ମାର୍ଚ୍ଚ ୨୫ରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଯେଉଁ ଗାଇଡ୍‌ଲାଇନ୍ ଜାରି କରାଯାଇଥିଲା, ସେଥିରେ ସଂଶୋଧନ କରାଯାଇଛି । ଏଠି ପ୍ରଶ୍ନ ଉଠୁଛି, ଗୋଟିଏ ମାସରେ ଦୁଇ ଥର କାହିଁକି ଗାଇଡ୍‌ଲାଇନ୍ ବଦଳାଗଲା? ଗାଁରେ ହେବାକୁ ଥିବା ପ୍ରକଳ୍ପ ପାଇଁ ବିଧାୟକ ଯାହା ସୁପାରିଶ କରିବେ କାହିଁକି ତାହା ଗ୍ରାମସଭାରେ ଆଲୋଚନା ହେବନି? ସରକାର ବିଧାୟକ ଓ ଜିଲ୍ଲାପାଳଙ୍କୁ ଏହି କ୍ଷମତା ଦେବା ପଛର ରହସ୍ୟ କ’ଣ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe