ରାସ୍ତା ପାଇଁ ଖୁଣ୍ଟ ଭାଙ୍ଗିଦେଲା ଠିକାସଂସ୍ଥା; ୭ ମାସ ହେଲା ଅନ୍ଧାରରେ ଗଜପତିର ଗାଁ

Advertisment

କିଟ୍‌କିଟ୍‌ ଅନ୍ଧାର । ତା’ ଭିତରେ ଭବିଷ୍ୟତ ଗଢ଼ିବାକୁ ପ୍ରୟାସ । ଟର୍ଚ୍ଚଟିଏ ଧରି ପାଠ ପଢ଼ୁଛି କୁନି ପିଲା । ଆଉ ଏଠି ଟର୍ଚ୍ଚ ଧରି ଖାଉଛନ୍ତି ଜଣେ ବ୍ୟକ୍ତି । ଏମିତି ଅନ୍ଧାରରେ ଚଳିବା କେତେ ଯନ୍ତ୍ରଣାଦାୟକ କହିଲେ । ଯେଉଁଠି ଅଧଘଣ୍ଟା ବିଜୁଳି ଗଲେ ଆମେ ବ୍ୟତିବ୍ୟସ୍ତ ହୋଇଉଠୁଛେ । ଏଠି ଏମାନେ ୭ମାସ ହେଲା ବିନା ବିଜୁଳିରେ ବଞ୍ଚୁଛନ୍ତି ।

Electric Poles

Electric Poles Photograph: (Kanak News)

କନକ ବ୍ୟୁରୋ : ରାସ୍ତା ପ୍ରଶସ୍ତିକରଣ ସମୟରେ ମାଟି ଖୋଳି ଖୁଣ୍ଟ ଭାଙ୍ଗି ଦେଲା ଠିକା ସଂସ୍ଥା । ଆଉ ମରାମତି କରାଗଲାନି । ଏବେ ୭ ମାସ ହେଲା ଅନ୍ଧାରରେ ଗାଁ । ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ ସମସ୍ତଙ୍କୁ ଅଭିଯୋଗ ସରିଲାଣି । କିନ୍ତୁ କୌଣସି ସୁଫଳ ମିଳୁନି ।

କିଟ୍‌କିଟ୍‌ ଅନ୍ଧାର । ତା’ ଭିତରେ ଭବିଷ୍ୟତ ଗଢ଼ିବାକୁ ପ୍ରୟାସ । ଟର୍ଚ୍ଚଟିଏ ଧରି ପାଠ ପଢ଼ୁଛି କୁନି ପିଲା । ଆଉ ଏଠି ଟର୍ଚ୍ଚ ଧରି ଖାଉଛନ୍ତି ଜଣେ ବ୍ୟକ୍ତି । ଏମିତି ଅନ୍ଧାରରେ ଚଳିବା କେତେ ଯନ୍ତ୍ରଣାଦାୟକ କହିଲେ । ଯେଉଁଠି ଅଧଘଣ୍ଟା ବିଜୁଳି ଗଲେ ଆମେ ବ୍ୟତିବ୍ୟସ୍ତ ହୋଇଉଠୁଛେ । ଏଠି ଏମାନେ ୭ମାସ ହେଲା ବିନା ବିଜୁଳିରେ ବଞ୍ଚୁଛନ୍ତି ।

ଅଧିକ ପଢ଼ନ୍ତୁ : ଜିଲ୍ଲାପାଳଙ୍କ ଅଫିସରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ନିଜ ଗାଁକୁ ଖଣ୍ଡେ ରାସ୍ତା ପାଇଁ ଗୁହାରି କରି ଥକିଗଲେଣି ସରପଞ୍ଚ

ଗଜପତି ଜିଲ୍ଲା ଗୁମ୍ମା ବ୍ଳକ କୁଣ୍ଡେଇ ସିଂ ଗାଁକୁ ଗତ ଜୁଲାଇ ମାସରୁ ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ପ୍ରଶସ୍ତୀକରଣ କରାଯାଉଛି । ଠିକା ସଂସ୍ଥା ଦ୍ୱାରା ଜେସିବି ସାହାଯ୍ୟରେ ମାଟି ଖୋଳିବା ବେଳେ ଅସାବଧନତା ଯୋଗୁଁ ଭାଙ୍ଗିଯାଇଛି ପ୍ରାୟ ୮ଟି ବିଦ୍ୟୁତ ଖୁଣ୍ଟ । ଫଳରେ ଗତ ସେପ୍ଟେମ୍ବରରୁ ଗାଁକୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି ।

ଏନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ବିଦ୍ୟୁତ୍‌ ବିଭାଗର ନିଘା ନାହିଁ ! ଗାଁ ଲୋକ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ସେଠି କୌଣସି ସୁଫଳ ନମିଳିବାରୁ ଲିଖିତ ଭାବେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ମନ୍ତ୍ରୀ ଏକ ପତ୍ର ଲେଖି ତୁରନ୍ତ ବିଦ୍ୟୁତ୍ ସଂଯୋଗ ପାଇଁ ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ତଥାପି ଫଳ ଶୂନ । ଅନ୍ୟପଟେ ସମ୍ପୃକ୍ତ ନିର୍ମାଣକାରୀ ସଂସ୍ଥା ଓ ବିଭାଗ ସହ ଆଲୋଚନା କରି ବିଦ୍ୟୁତ୍ ସଂଯୋଗ ଦିଆଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ।

ନିର୍ମାଣକାରୀ ସଂସ୍ଥାର ବେପରୁଆ କାର୍ଯ୍ୟକଳାପ ଯୋଗୁଁ ଅନ୍ଧାରରେ ୨ ଶହ ପରିବାର । କେବେ ଗାଁକୁ ବିଜୁଳି ଆସୁଛି ତାକୁ ଅପେକ୍ଷା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe