କନକ ବ୍ୟୁରୋ : ବିଦ୍ୟା ବିକାଶ ଅନୁଷ୍ଠାନ ସମୂହ ସମ୍ବଲପୁରର ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦର ଜାତୀୟ ସେବା ଯୋଜନା ଦ୍ୱାରା ସମୀକ୍ଷା ବୈଠକ ତଥା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଶ୍ଚିମ ଓଡିଶାର ସମ୍ବଲପୁର, ବରଗଡ, ଝାରସୁଗୁଡା, ନୂଆପଡା, ସୁନ୍ଦରଗଡ, ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ, ଦେବଗଡର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏନଏସଏସ୍ ଶାଖାର କାର୍ଯ୍ୟକାରୀ ସଂଯୋଜକ ଏବଂ ଜିଲ୍ଲା ସଂଯୋଜକ ଯୋଗ ଦେଇଥିଲେ । ମୁଖ୍ୟ ପ୍ରାଶାସନିକ ଅଧିକାରି ସଞ୍ଜୀବ କୁମାର ବାବୁ ସ୍ୱାଗତ ଭାଷଣରେ ଅତିଥି ପରିଚୟ ପ୍ରଦାନ କରିଥିଲେ । ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଚେୟାରମ୍ୟାନ ମୃଣାଳ କାନ୍ତି ଦାଶ, ଆଇଏଏସ୍ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରତ୍ୟକ୍ଷ ଭାବରେ ପ୍ରତ୍ୟେକ ସଂଯୋଜକଙ୍କ ସହିତ ତାଙ୍କ ଶାଖାର ବିଭିନ୍ନ କାର୍ଯ୍ୟକଳାପ ଉପରେ ଆଲୋଚନା କରିଥିଲେ ଏବଂ ଆଗାମୀ ଦିନରେ କିପରି ଏନଏସଏସ୍ ଆହୁରି ଲୋକାଭିମୁଖୀ ହେବ ସେ ବିଷୟରେ ମାର୍ଗଦର୍ଶନ ଦେଇଥିଲେ । କ୍ୟାମ୍ପସରୁ ବାହାରି ଗୋଷ୍ଠୀ ସେବା ପାଇଁ ଉତ୍ସର୍ଗୀକୃତ ହେବା ହିଁ ପ୍ରକୃତ ସ୍ୱେଚ୍ଛାସେବୀର ପରିଚୟ ବୋଲି ଆଞ୍ଚଳିକ ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ ମତବ୍ୟକ୍ତ କରିଥିଲେ । ଏନଏସଏସ୍ ଯୁବ ଅଧିକାରୀ ଅଜିତ କୁମାର ଓ ବରିଷ୍ଠ ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ପ୍ରତାପଚନ୍ଦ୍ର ଦାସ ପ୍ରଶିକ୍ଷକ ଭାବରେ ଯୋଗଦେଇ ଯଥାକ୍ରମେ ମାଇଁ ଭାରତ ପୋର୍ଟାଲରେ ପଞ୍ଜୀକରଣ ଓ ଶାରୀରିକ ସୁସ୍ଥତା ଉପରେ ଗୁରୁ୍ତ୍ୱାରୋପ କରିଥିଲେ । ଉକ୍ତ ଶିବିରରେ ବିଦ୍ୟାବିକାଶ ସମୂହର ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ଜି ଭାସ୍କର ରାଓ, ନିର୍ଦ୍ଦେଶକ ଜି ରାମକ୍ରିଷ୍ଣା, ମୁଖ୍ୟ ପ୍ରାଶାସନିକ ଅଧିକାରି ସଂଜିବ କୁମାର ବାବୁ, ବିକାଶ ଦ କନସେପ୍ଟ ସ୍କୁଲର ଅଧ୍ୟକ୍ଷ ମନୋରଂଜନ ପତି, ବିକାଶ ସିନିୟର ସେକେଣ୍ଡାରି ସ୍କୁଲର ଅଧ୍ୟକ୍ଷା ଡଃ ପୁଷ୍ପିତା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏନଏସଏସ୍ ରାଜ୍ୟ ସଂଯୋଜକ ଡଃ ବିଶ୍ୱ ମୋହନ ଜେନା ଏବଂ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏନଏସଏସ୍ ସଂଯୋଜକ ମନୋରଂଜନ ମିଶ୍ର, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡଃ ଦିବ୍ୟସିଂହ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।
ବିକାଶ ସମ୍ବଲପୁରରେ ଜାତୀୟ ସେବା ଯୋଜନାର ସମୀକ୍ଷା ବୈଠକ ତଥା ପ୍ରଶିକ୍ଷଣ ଶିବିର
ଏଥିରେ ପଶ୍ଚିମ ଓଡିଶାର ସମ୍ବଲପୁର, ବରଗଡ, ଝାରସୁଗୁଡା, ନୂଆପଡା, ସୁନ୍ଦରଗଡ, ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ, ଦେବଗଡର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏନଏସଏସ୍ ଶାଖାର କାର୍ଯ୍ୟକାରି ସଂଯୋଜକ ଏବଂ ଜିଲ୍ଲା ସଂଯୋଜକ ଯୋଗ ଦେଇଥିଲେ । ମୁଖ୍ୟ ପ୍ରାଶାସନିକ ଅଧିକାରି ଶ୍ରୀଯୁକ୍ତ ସଂଜିବ କୁମାର ବାବୁ ସ୍ୱାଗତ ଭାଷଣରେ ଅତିଥି ପରିଚୟ ପ୍ରଦାନ କରିଥିଲେ ।
/kanak/media/media_files/2025/07/16/55555555-2025-07-16-08-42-08.jpg)