କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଇଡକୋ ଜୁନିଅର ମ୍ୟାନେଜର। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୁନିଅର ମ୍ୟାନେଜର ବିଜୟ କୁମାର ଉଦୟସିଂଙ୍କ ୬ଟି ଠିକଣା ଉପରେ ଚଢ଼ାଉ। ଭୁବନେଶ୍ବର ସ୍ଥିତ ବାସଭବନ ସମେତ ୬ଟି ସ୍ଥାନରେ ଚାଲିଛି ରେଡ୍ । ଅନେକ ସୁନା ଅଳଙ୍କାର ସମେତ ସମ୍ପତ୍ତି ଠାବ । ସେପଟେ ବାବୁଙ୍କ ବିଳାଶପୂର୍ଣ୍ଣ ଘର ଦେଖି ତାଜୁବ ହୋଇଛି ଭିଜିଲାନ୍ସ ଟିମ୍ । ବାବୁଙ୍କ ବାସଭବନରେ ଲାଗିଛି ରିମୋର୍ଟବାଲା ଗେଟ୍ । ଯାହାର ଦାମ ଲକ୍ଷାଧିକ ଟଙ୍କା ବୋଲି ଆକଳନ କରାଯାଇଛି ।