36BONAI Photograph: (36BONAI)
କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ପଡିଥିବା ସରକାରୀ ବାବୁଙ୍କର ଆୟ ବହିର୍ଭୂତ ସମ୍ପତ୍ତିର ଖୋଲୁଛି ଗୁମର। ଚଢାଉ ବେଳେ ମିଳିଛି ଅନେକ ପ୍ଲଟ୍। ୯ଟି ଦାମୀ ପ୍ଲଟ୍, ଭୁବନେଶ୍ବରରେ ୨ଟି ଫ୍ଲାଟ୍, ଗୋଟିଏ ବହୁମୁଖୀ ପ୍ରାସାଦ ଠାବ ହୋଇଛି। ଭୁବନେଶ୍ବର ସାମନ୍ତରାପୁରସ୍ଥିତ ଶ୍ରୀରାମ ନଗରରେ ୩ ହଜାର ୬୦୦ ବର୍ଗଫୁଟରେ ନିର୍ମିତ ହୋଇଛି ୨ ମହଲା କୋଠା। ଲକ୍ଷ୍ମୀସାଗର ଭଗବାନ ଟାୱାରର ତୃତୀୟ ମହଲାରେ ରହିଛି ଫ୍ଲାଟ୍। ଭୁବନେଶ୍ବର ଓ ପୁରୀରେ ୯ଟି ଦାମୀ ପ୍ଲଟ୍ ମିଳିଛି। ନଗଦ ୨ ଲକ୍ଷ ୫ ହଜାର ଟଙ୍କା ଏବଂ ପାଖାପାଖି ଦେଢଶହ ଗ୍ରାମ୍ ସୁନା ଗହଣା ଜବତ କରିଛି ଭିଜିଲାନ୍ସ। ଏଥିସହ ଗୋଟିଏ ଚାରିଚକିଆ ଏବଂ ୪ଟି ବାଇକ୍ ଜବତ ହୋଇଛି। ତାସହ ବ୍ୟାଙ୍କ, ପୋଷ୍ଟାଲ ଜମା ମଧ୍ୟ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ବିଶ୍ବଦର୍ଶୀ ସାହୁଙ୍କ ଘରୁ ମିଳିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
   Follow Us
 Follow Us/kanak/media/media_files/2025/01/30/EkdVJJ8AGNArKSgIxII5.jpg)