କନକ ବ୍ୟୁରୋ : ସୁପ୍ରିମକୋର୍ଟଙ୍କ ତତ୍ତ୍ବାବଧାନରେ ତାମିଲନାଡୁ କରୁର୍ ଦଳାଚକଟା ଘଟଣାର ତଦନ୍ତ ପାଇଁ ଏନଡିଏ ଟିମ୍ ଦାବି କରିଛି । ହେମାମାଳିନୀଙ୍କ ନେତୃତ୍ବରେ ଯାଇଥିବା ଏନଡିଏର ୮ ଜଣ ପ୍ରତିନଧି ଘଟଣାସ୍ଥଳରେ ଅନୁଧ୍ୟାନ କରିବା ସହିତ ଲୋକଙ୍କ ସହ ଆଲୋଚନା କରିଥିଲେ । ଦଳାଚକଟାକୁ ନେଇ କିଛି ସନ୍ଦେହ ସୃଷ୍ଟି ହେଉଥିବା ହେମାମାଳିନୀ କହିଛନ୍ତି । ଗତ ରବିବାର ତାମିଲନାଡୁର କରୁରରେ ଟିଭିକେ ନେତା ଥାଲାପତି ବିଜୟଙ୍କ ରାଲିରେ ଦଳାଚକଟା ହୋଇଥିଲା । ଏଥିରେ ୪୧ ଜଣ ପ୍ରାଣ ହରାଇଥିଲେ ଓ ବହୁ ଲୋକ ଆହତ ହୋଇଛନ୍ତି । ଏନଡିଏ ଟିମ୍ ସେଠାରେ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଅନୁଧ୍ୟାନ କରିବେ । ଦଳାଚକଟା ଘଟଣା ପରେ ଟିଭିକେର ଜଣେ ସମର୍ଥକ ଆତ୍ମହତ୍ୟା କରିଛନ୍ତି । ଦଳାଚକଟା ପାଇଁ ସେ ଡିଏମକେ ବିଧାୟକ ସେନ୍ଥିଲ ବାଲାଜୀଙ୍କୁ ତାଙ୍କ ସୁଇସାଇଡ୍ ନୋଟରେ ଦାୟୀ କରିଛନ୍ତି । ପୂର୍ବରୁ ଦଳାଚକଟା ପାଇଁ ଷଡ଼ଯନ୍ତ୍ର ଅଭିଯୋଗ ହେଉଥଲା । ଆତ୍ମହତ୍ୟା କରିଥିବା ଟିଭିକେ ସମର୍ଥକଙ୍କ ସୁଇସାଇଡ୍ ନୋଟ୍ ଆହୁରି ସନ୍ଦେହ ସୃଷ୍ଟି କରିଛି । ସେପଟେ ଦଳାଚକଟା ଘଟଣାକୁ ବିଜେପି ରାଜନୀତିର ରୂପ ଦେଉଥିବା ଅଭିଯୋଗ କରି କଂଗ୍ରେସ ମଧ୍ୟ ଏକ ଅନୁଧ୍ୟାନ ଟିମ୍ ଗଠନ କରିବା ପାଇଁ ଦାବି ଉଠିଛି ।
ତାମିଲନାଡୁ ଦଳାଚକଟା
- ସୁପ୍ରିମକୋର୍ଟଙ୍କ ତତ୍ତ୍ବାବଧାନରେ ତଦନ୍ତ ଦାବି
- ଦାବି କଲା କରୁର ଯାଇଥିବା ଏନଡିଏ ଟିମ୍
- ହେମାମାଳିନୀଙ୍କ ନେତୃତ୍ବରେ ଏନଡିଏ ଟିମର ଅନୁଧ୍ୟାନ
- ଦଳାଚକଟା ପରେ ଜଣେ ଟିଭିକେ ସମର୍ଥକଙ୍କ ଆତ୍ମହତ୍ୟା
- ସୁଇସାଇଡ୍ ନୋଟରେ ଦଳାଚକଟା ପାଇଁ ଡିଏମକେକୁ କଲେ ଦାୟୀ
- ଷଡ଼ଯନ୍ତ୍ର ଅଭିଯୋଗ ନେଇ ଆହୁରି ବଢ଼ିଲା ସନ୍ଦେହ
- ବିଜେପି ଟିମ୍ ପଠାଇ ରାଜନୀତି କରୁଥିବା ଅଭିଯୋଗ
- କଂଗ୍ରେସ ଏକ ଟିମ୍ ଗଠନ କରି ଅନୁଧ୍ୟାନ କରିବାକୁ ଦାବି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/09/30/40-2025-09-30-20-40-26.jpg)