ବିଜେଡିରୁ ଇସ୍ତଫା ଦେଲେ ବିଜୟଲକ୍ଷ୍ମୀ ମହାପାତ୍ର: କହିଲେ, ଦଳରେ ଏବେ ଚାଲିଛି ତାଲିବାନୀ ଶାସନ

Advertisment

ବିଜେଡି ଛାଡିଲେ ବିଜୟଲକ୍ଷ୍ମୀ ମହାପାତ୍ର । କାରଣ ଦର୍ଶାଅ ନୋଟିସର ଉତ୍ତର ଦେବା ସହ ବିଜୁ ମହିଳା ଜନତା ଦଳର ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାନେତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବିଜୟଲକ୍ଷ୍ମୀ ।

ବିଜେଡି ଛାଡିଲେ ବିଜୟଲକ୍ଷ୍ମୀ ମହାପାତ୍ର । କାରଣ ଦର୍ଶାଅ ନୋଟିସର ଉତ୍ତର ଦେବା ସହ ବିଜୁ ମହିଳା ଜନତା ଦଳର ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାନେତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବିଜୟଲକ୍ଷ୍ମୀ ।

bjd

କନକବ୍ୟୁରୋ: ବିଜେଡି ଛାଡିଲେ ବିଜୟଲକ୍ଷ୍ମୀ ମହାପାତ୍ର । କାରଣ ଦର୍ଶାଅ ନୋଟିସର ଉତ୍ତର ଦେବା ସହ ବିଜୁ ମହିଳା ଜନତା ଦଳର ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାନେତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବିଜୟଲକ୍ଷ୍ମୀ । ବିଜେଡି ସୁପ୍ରିମୋଙ୍କୁ ଇସ୍ତଫାପତ୍ର ପଠାଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜୟଲକ୍ଷ୍ମୀ। ବିଜେଡିରେ ଆଉ ନୀତି ଆଦର୍ଶ ନାହିଁ ବୋଲି ସେ କହିଛନ୍ତି । 

ଏ ଦଳ ଆଉ ନାହିଁ ବରଂ ପୂରା ଭାଙ୍ଗି ଯାଇଛି ବୋଲି କହିଛନ୍ତି। ଏହାସହ ଦଳୀୟ ନେତାଙ୍କ ବିରୋଧରେ ବିଷ ଓଗାଳିଛନ୍ତି ବିଜୟଲକ୍ଷ୍ମୀ ।  ସେପଟେ ଏ ନେଇ ଜଣକ ପରେ ଜଣେ ନେତା ଅସନ୍ତୋଷ ଝାଡୁଛନ୍ତି।

ଖାସକରି ବରିଷ୍ଠ ନେତା ସୁପ୍ରିମୋଙ୍କ ସୁରକ୍ଷାକବଚ ହେବା ବଦଳରେ ବିଷୋଦଗାର କରିଛନ୍ତି । ଏହିକ୍ରମରେ ବରିଷ୍ଠ ବିଜେଡି ନେତା ନୃସିଂହ ସାହୁ କହିଛନ୍ତି,  ନିର୍ବାଚନରେ ନବୀନ ପଟ୍ଟନାୟକ ବୁଲିଥିଲେ ନିର୍ବାଚନରେ ଦଳର ବିପର୍ଯ୍ୟୟ ଭୋଗିନଥାନ୍ତା ।

ବର୍ତ୍ତମାନ ଜିଲ୍ଲାୱାରୀ ପରାଜୟର ସମୀକ୍ଷା ଚାଲିଛି।  ଅମର ଶତପଥୀ ଦଳର ଜଣେ ଅଭିଜ୍ଞ ନେତା । ସେ ମିଡିଆରେ ନକହି ନବୀନ ପଟ୍ଟନାୟକଙ୍କୁ ସିଧାସଳଖ କହିଥିଲେ ଭଲ ହୋଇଥାନ୍ତା ବୋଲି ନୃଂସିହ ସାହୁ କହିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe