୨୦୨୬ ନିର୍ବାଚନ ପୂର୍ବରୁ ସମରସଜ୍ଜା, ତାମିଲନାଡ଼ୁ ରାଜନୀତିର ନୂଆ ଚେହେରା ବିଜୟ

ଆଖି ପାଉନଥିବା ଭିଡ଼, ଗଣି ହେଉନଥିବା ସମର୍ଥକ। ଏହା ହେଉଛି ବିଜୟଙ୍କ ଜନସଭା ।ଯାହାଙ୍କ ସିନେମା ଦେଖିବାକୁ ହଲରେ ଯେଉଁଭଳି ଭାବେ ଦର୍ଶକଙ୍କ ଭିଡ଼ ଲାଗୁଥିଲା ଆଜି ନିର୍ବାଚନୀ ରାଲିରେ ମଧ୍ୟ ସେମିତି ଜନସମୁଦ୍ର ଦେଖିବାକୁ ମିଳିଛି ।

hhh

Photograph: (kanak news)

କନକ ବ୍ୟୁରୋ: ତାମିଲନାଡ଼ୁ ରାଜନୀତିରେ ତିଷ୍ଠି ରହିଥିବା ଆଞ୍ଚଳିକ ଦଳ ଓ ଜାତୀୟ ଦଳମାନଙ୍କ ଦବ୍‌ଦବା ଭିତରେ ଅଭିନେତା ବିଜୟ ନିଜର ନୂଆ ଦଳ ଟିଭିକେ ସହ ଏଥରକ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ।ଏହା ଭିତରେ ତାଙ୍କ ଜନସଭାରେ ସମର୍ଥକଙ୍କ ପ୍ରବଳ ଭିଡ଼ ଆଗକୁ ବଡ଼ ଟକ୍କର ଦେବ ବୋଲି ଅନୁମାନ କରାଗଲାଣି ।

ଆଖି ପାଉନଥିବା ଭିଡ଼, ଗଣି ହେଉନଥିବା ସମର୍ଥକ। ଏହା ହେଉଛି ବିଜୟଙ୍କ ଜନସଭା ।ଯାହାଙ୍କ ସିନେମା ଦେଖିବାକୁ ହଲରେ ଯେଉଁଭଳି ଭାବେ ଦର୍ଶକଙ୍କ ଭିଡ଼ ଲାଗୁଥିଲା ଆଜି ନିର୍ବାଚନୀ ରାଲିରେ ମଧ୍ୟ ସେମିତି ଜନସମୁଦ୍ର ଦେଖିବାକୁ ମିଳିଛି । ଦୁଇଦିନ ତଳେ ମଦୁରାଇରେ ଆୟୋଜିତ ରାଲିରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ରାଲିରେ ବିଜୟ ଏକଥା ସ୍ପଷ୍ଟ କରିଛନ୍ତି ଯେ ସେ କାହା ସହ ମେଣ୍ଟ କରିବେନି । ରାଜନୀତିରେ ଗୁଲାମଗିରି କରିବେନି। ବିଜେପି ସହ ବିଚାରଧାରାର ଲଢ଼େଇ ଓ ଡିଏମ୍‌କେକୁ ପ୍ରତିଦ୍ବନ୍ଦ୍ବିଭାବେ ଅଭିହିତ କରି ଏକାକୀ ଲଢ଼ିବାକୁ ଘୋଷଣା କରିଛନ୍ତି ।

ଜନସମୁଦ୍ର ପରି ଜନସମର୍ଥନ ବିଜୟଙ୍କ ମନୋବଳ ବଢ଼ାଉଥିବ କିନ୍ତୁ ତାମିଲନାଡ଼ୁ ରାଜନୀତିରେ ନୂଆ ଦଳ ଭାବେ ତିଷ୍ଠିବା ଏତେଟା ସହଜ ନୁହେଁ । ସବୁବେଳେ ରାଜ୍ୟରେ ଦୁଇଟି ମେଣ୍ଟ ଡିଏମ୍‌କେ ଓ ଏଆଇଡିଏମ୍‌କେ ମଧ୍ୟରେ ଲଢ଼େଇ ହୁଏ । କେବଳ ୨୦୨୪ ଲୋକସଭା ନିର୍ବାଚନକୁ ଛାଡ଼ିଦେଲେ ଆଉ ପ୍ରାୟ ସମସ୍ତ ନିର୍ବାଚନରେ ଜାତୀୟ ଓ ଆଞ୍ଚଳିକ ଦଳଗୁଡ଼ିକ ଏହି ଦୁଇ ମେଣ୍ଟରେ ସାମିଲ ହୋଇଛନ୍ତି । 

ଜନ ନାୟଗଣକୁ ନିଜ ଜୀବନର ଶେଷ ଚଳଚ୍ଚିତ୍ର ଭାବେ ଅବିହିତ କରି ବିଜୟ ଏବେ ରାଜନୀତିରେ ପୂରା ସମୟ ଦେଉଛନ୍ତି । ଏହା ସତ ଯେ ତାମିଲନାଡ଼ୁ ରାଜନୀତିରେ ଲୋକପ୍ରିୟ ଚଳଚ୍ଚିତ୍ର ତାରକାମାନେ ଖୁବ ସଫଳ ହୋଇଛନ୍ତି । ଯେପରିକି ଏମଜି ରାଘବେନ୍ଦ୍ରେନ ଓ ଜୟଲଲିତା । ଏହା ସହ ତାଳ ଦେଇ ବହୁ ଚଳଚ୍ଚିତ୍ର ତାରକା ତଥା କମଲ ହାସନ, ରଜନୀକାନ୍ତ ରାଜନୀତିରେ ଏତେଟା ସଫଳ ହୋଇନାହାଁନ୍ତି । ତେବେ ବିଜୟଙ୍କ ରାଜନୀତି ଯାତ୍ରାର ସଫଳତା ଆଗାମୀ ଦିନର ବିଧାନସଭା ନିର୍ବାଚନ ଫଳାଫଳ ଉପରେ ନିର୍ଭର କରୁଛି ।  ତାରକା ରାଜନୀତି କରିବେ ନା ପୁଣି ଫିଲ୍ମ ଦୁନିଆକୁ ଫେରିବେ ସମୟ ହିଁ କହିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe