ବିଜୟ ହଜାରେ ଟ୍ରଫି ଫାଇନାଲ୍‌ରେ ସୌରାଷ୍ଟ୍ର-ବିଦର୍ଭ

Advertisment

ଶୁକ୍ରବାର ଦ୍ବିତୀୟ ସେମିଫାଇନାଲ୍‌ରେ ସୌରାଷ୍ଟ୍ର ଏକତରଫା ଭାବେ ୯ ୱିକେଟ୍‌ରେ ପଞ୍ଜାବକୁ ପରାସ୍ତ କରିଛି । ଅନ୍‌ମୋଲପ୍ରୀତ୍‌ ସିଂହ (୧୦୦)ଙ୍କ ଶତକ ଓ ଅଧିନାୟକ ପ୍ରଭସିମ୍ରନ ସିଂହଙ୍କ ୮୭ ରନ୍ ବଳରେ ପଞ୍ଜାବ ୨୯୧ ରନ୍‌ କରିଥିଲା ।

ଶୁକ୍ରବାର ଦ୍ବିତୀୟ ସେମିଫାଇନାଲ୍‌ରେ ସୌରାଷ୍ଟ୍ର ଏକତରଫା ଭାବେ ୯ ୱିକେଟ୍‌ରେ ପଞ୍ଜାବକୁ ପରାସ୍ତ କରିଛି । ଅନ୍‌ମୋଲପ୍ରୀତ୍‌ ସିଂହ (୧୦୦)ଙ୍କ ଶତକ ଓ ଅଧିନାୟକ ପ୍ରଭସିମ୍ରନ ସିଂହଙ୍କ ୮୭ ରନ୍ ବଳରେ ପଞ୍ଜାବ ୨୯୧ ରନ୍‌ କରିଥିଲା ।

Vijay Hazare

କନକ ବ୍ୟୁରୋ: ବିଜୟ ହଜାରେ ଟ୍ରଫି ବିସିସିଆଇ ଦିନିକିଆ ପ୍ରତିଯୋଗିତାର ଫାଇନାଲ୍‌ରେ ସୌରାଷ୍ଟ୍ର ଭେଟିବ ବିଦର୍ଭକୁ । ଗୁରୁବାର ପ୍ରଥମ ସେମିଫାଇନାଲ୍‌ରେ ବିଦର୍ଭ ଗତବର୍ଷର ବିଜେତା କର୍ଣ୍ଣାଟକକୁ ପରାସ୍ତ କରିଥିଲା । ଶୁକ୍ରବାର ଦ୍ବିତୀୟ ସେମିଫାଇନାଲ୍‌ରେ ସୌରାଷ୍ଟ୍ର ଏକତରଫା ଭାବେ ୯ ୱିକେଟ୍‌ରେ ପଞ୍ଜାବକୁ ପରାସ୍ତ କରିଛି । ଅନ୍‌ମୋଲପ୍ରୀତ୍‌ ସିଂହ (୧୦୦)ଙ୍କ ଶତକ ଓ ଅଧିନାୟକ ପ୍ରଭସିମ୍ରନ ସିଂହଙ୍କ ୮୭ ରନ୍ ବଳରେ ପଞ୍ଜାବ ୨୯୧ ରନ୍‌ କରିଥିଲା । ଚେତନ ସାକାରିୟା ଗୋଟିଏ ଓଭରରେ ୩ ୱି‌କେଟ୍‌ ସହ ୪ ଜଣ ବ୍ୟାଟ୍‌ରଙ୍କୁ ପ୍ୟାଭିଲିଅନ୍‌ ପଠାଇଥିଲେ । ଜବାବରେ ବିଶ୍ବରାଜ ଜାଡ଼େଜା (୧୨୭ ବଲରୁ ୧୬୫* ରନ୍‌)ଙ୍କ ଶତକ ହାଲ କରିବା ସହ ଅଧିନାୟକ ହାର୍ଭିକ‌ ଦେଶାଇ (୬୪) ଓ ‌‌ପ୍ରେରକ ମଙ୍କଡ଼ (୫୨*)ଙ୍କୁ ନେଇ ଦୁଇଟି ଶତକୀୟ ଭାଗୀଦାର କରିଥିଲେ । ସୌରାଷ୍ଟ୍ର ୩୯.୩ ଓଭରରେ ୧ ୱିକେଟ୍‌ ହରାଇ ୨୯୩ ରନ୍‌ ସଂଗ୍ରହ କରି ନେଇଥିଲା । ଜାଡ଼େଜା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ । ରବିବାର ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ ।

ଏହା ବି ପଢ଼ନ୍ତୁ: ‘ରୋହିତଙ୍କୁ ଅଧିନାୟକ ପଦରୁ ହଟାଇଛନ୍ତି ଗମ୍ଭୀର': ପୂର୍ବତନ କ୍ରିକେଟରଙ୍କ ସାଂଘାତିକ ଅଭିଯୋଗ

 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe