କନକ ବ୍ୟୁରୋ : ପୁଣି ସୁନ୍ଦରଗଡ଼ ନିକଟ ସରଣ୍ଡା ଜଙ୍ଗଲରୁ ଜବତ ହେଲା ବିସ୍ଫୋରକ। ଓଡିଶା ସୀମାରୁ ୭ କିଲୋମିଟର ଦୂର ଝାଡ଼ଖଣ୍ଡ ଜରେଇକେଲା ତିରିଲପୋସି ସରଣ୍ଡା ଜଙ୍ଗଲ ବିଟିକିଲ୍ସୟ, ବାଡିକୁଦର, ଟୟୋ, ଜାମଡା ମଧ୍ୟରେ ଲୁଟ୍ ବିସ୍ଫୋରକ ଠାବ କରିଛନ୍ତି ସୁରକ୍ଷାବାହିନୀ । ମାଟି ତଳେ ପୋତା ହୋଇଥିବା ବିପୁଳ ବିସ୍ଫୋରକ ସାମଗ୍ରୀ ଠାବ ହୋଇଛି । ଏ ହେଉଛି ତାହାର ଦୃଶ୍ୟ । ଲୁଟ୍ ପରେ କିଛି ସାମଗ୍ରୀକୁ କିଭଳି ମାଓବାଦୀମାନେ ମାଟି ତଳେ ପୋତି ଦେଇଥିଲେ ତାହାର ଦୃଶ୍ୟ ଦେଖିବାକୁ ମିଳିଛି ।

Advertisment

କୋଇଡା ବ୍ଲକ୍ କେବଲାଙ୍ଗ ଥାନା ବାଙ୍କୋ ପଥର ଖଣିରୁ ଗତ ୨୭ ତାରିଖରେ ୨୦୦ ବାରୁଦ ପେଟି ମାଓବାଦୀ ମାନେ ଲୁଟି ନେଇଥିବା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇଥିଲା । ୨୦୯ କୋବରା ବାଟାଲିୟନ, ସିଆର୍‌ପିଏଫ୍‌, ଡିଭିଏଫ୍ ଫୋର୍ସ, ଝାଡଖଣ୍ଡ ଜାଗୁଆର ଓ ଏସଓଜି ଟିମ୍ ଲଗାତାର ଭାବେ ସର୍ଚ୍ଚ ଅପରେସନ୍ ଜାରି ରଖିଥିଲେ । ରାଉରକେଲା ଏସପି ନିତେଶ ୱାଧୱାନୀ ନିଜେ ମଧ୍ୟ ଅପରେସନ୍ ରେ ସାମିଲ ହୋଇଥିଲେ । ବିସ୍ଫୋରକ ଲୁଟ୍ ଘଟଣା ରେ ୩୮୦୦ କେଜି ବିସ୍ଫୋରକ ଜବତ ନେଇ ଖୋଦ୍ ଡିଜିପି ସାମ୍ବାଦିକ ସମ୍ମିଳନୀ କରି ସମସ୍ତ ତଥ୍ୟ ଆଧିକାରୀକ ଭାବେ ସୁଚନା ପ୍ରଦାନ କଲେ ।