କନକବ୍ୟୁରୋ : ସମ୍ବଲପୁର ମହାନଗର ନିଗମ ନିର୍ବାଚନ ପାଇଁ ଚାଳିଛି ପ୍ରସ୍ତୁତି । ଆସନ ସଂରକ୍ଷଣ, ୱାର୍ଡ ପୁନର୍ଗଠନ ଶେଷ ହୋଇଥିବା ବେଳେ ଦିନେ କି ଦୁଇ ଦିନ ମଧ୍ୟରେ ଗୃହ ଓ ନଗର ଉନ୍ନୟନ ବିଭାଗକୁ ରିପୋର୍ଟ ପଠାଇବେ ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ବା ଜିଲ୍ଲାପାଳ । ୨୧ ତାରିଖ ଚିଠା ବିଜ୍ଞପ୍ତି ପ୍ରକାଶ କରିବ ବିଭାଗ ଏବଂ ମାର୍ଚ୍ଚ ୨ ତାରିଖ ସୁଦ୍ଧା ଏହା ଉପରେ ଆପତ୍ତି, ଅଭିଯୋଗ ଗ୍ରହଣ କରାଯିବ । ଏପଟେ ନିର୍ବାଚନ ପୂର୍ବରୁ ୱାର୍ଡ ସଂରକ୍ଷଣକୁ ନେଇ ରାଜନୀତି ଜୋର୍ ଧରିଛି। ..
ଅଧିକ ପଢନ୍ତୁ.. ରାଜ୍ୟସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ; ଚତୁର୍ଥ ଆସନରେ ସମର୍ଥନ ଦେବୁ କହି ବିଜେଡି ବଢ଼ାଇଲେ ସସପେନ୍ସ
ସମ୍ବଲପୁର ମହାନଗର ନିଗମ ନିର୍ବାଚନ ପାଇଁ କସରତ ଚାଲିଥିବା ବେଳେ ସରଗରମ ହୋଇଛି ରାଜନୀତି । ଦଳୀୟ ହିସାବରେ ନୁହେଁ ବରଂ ୱାର୍ଡ ସଂରକ୍ଷଣରେ ବିଭିନ୍ନ ବର୍ଗର ପ୍ରତିନିଧିତ୍ବକୁ ଗୁରୁତ୍ବ ଦିଆଯାଉ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ରୋହିତ ପୂଜାରୀ । ଏପଟେ କଂଗ୍ରେସ ମଧ୍ୟ ୱାର୍ଡ ସଂରକ୍ଷଣରେ ଦଳୀୟ ଥଇଥାନର ଛିଟା ଥିଲେ ପ୍ରତିବାଦ ହେବ ବୋଲି ଚେତାବନୀ ଦେଇଛି। ବିଜେପି ବିରୋଧୀଙ୍କୁ କଡ଼ା କାଉଣ୍ଟର କରିଛି । ଏପଟେ ମେୟର ଆସନକୁ ନେଇ ମଧ୍ୟ ଦ୍ବନ୍ଦ୍ବ। ମେୟର ଆସନ ସଂରକ୍ଷିତ ରହିବ ନା ଅଣସଂରକ୍ଷିତ ତାକୁ ନେଇ ଚର୍ଚ୍ଚା ଚାଲିଛି ।
୨୦୧୫ ନୋଟିଫିକେସନ୍ରେ ୪୧ଟି ୱାର୍ଡ ମଧ୍ୟରୁ ୩୪ଟି ଆସନ ସଂରକ୍ଷିତ ଥିଲା। ୨୦୧୩ ନଭେମ୍ବର ୧୫ରେ ସମ୍ବଲପୁରକୁ ମହାନଗର ନିଗମର ମାନ୍ୟତା ପ୍ରଦାନ ପାଇଁ ନୋଟିଫିକେସନ୍ ପ୍ରକାଶ ପାଇଥିଲା । ମହାନଗର ନିଗମ ନିର୍ବାଚନ ପାଇଁ ୨୦୧୫ ଜାନୁଆରୀ ୧୫ ତାରିଖରେ ଗୃହ ଓ ନଗର ଉନ୍ନୟନ ବିଭାଗ ଚିଠା ବିଜ୍ଞପ୍ତି ପ୍ରକାଶ କରିଥିଲା । ଯେଉଁଥିରେ ୩୪ଟି ଓ୍ବାର୍ଡକୁ ସଂରକ୍ଷିତ ରଖାଯାଇଥିଲା । ଯାହାକୁ ନେଇ ବିବାଦ ହେବା ସହ ହାଇକୋର୍ଟକୁ ଯାଇଥିଲା ମାମଲା । ଏବେ ୱାର୍ଡ ସଂରକ୍ଷଣ ଉପରେ ସମସ୍ତଙ୍କ ନଜର। ପୂବଭଳି ସ୍ଥିତି ରହିଲେ ପୁଣି ହୋଇପାରେ ବିବାଦ । ୱାର୍ଡ ସଂରକ୍ଷଣ ନେଇ ବିବାଦ ନହେଲେ ଗୋଟିଏ ବର୍ଷ ମଧ୍ୟରେ ହୋଇପାରେ ମହାନଗର ନିଗମ ନିର୍ବାଚନ।
୨୦୧୫ ନୋଟିଫିକେସନ୍ରେ ୪୧ଟି ୱାର୍ଡ ମଧ୍ୟରୁ ୩୪ଟି ଆସନ ସଂରକ୍ଷିତ ଥିଲା
୨୦୧୩ରେ ସମ୍ବଲପୁରକୁ ମହାନଗର ନିଗମର ମାନ୍ୟତା ପାଇଁ ନୋଟିଫିକେସନ୍ ହୋଇଥିଲା
ମହାନଗର ନିଗମ ନିର୍ବାଚନ ପାଇଁ ୨୦୧୫ ଜାନୁଆରି ୧୫ରେ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଥିଲା
ଏଥିରେ ୩୪ଟି ଓ୍ବାର୍ଡକୁ ସଂରକ୍ଷିତ ରଖାଯାଇଥିଲା
ଏ ନେଇ ବିବାଦ ହେବା ସହ ହାଇକୋର୍ଟକୁ ଯାଇଥିଲା ମାମଲା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/18/election-2026-02-18-20-56-33.jpg)