ମାଷ୍ଟରମାଇଣ୍ଡ ତହବୁର ରାଣାର ପ୍ରତ୍ୟାପର୍ଣ ପାଇଁ ଜୋରଦାର କସରତ; ମୁମ୍ବାଇ ଯିବ ଏନଆଇଏ ଟିମ୍‌

Advertisment

ଆମେରିକାରୁ ୨୬/୧୧ ମାଷ୍ଟରମାଇଣ୍ଡ ତହବୁର ରାଣାର ପ୍ରତ୍ୟାପର୍ଣ ପାଇଁ ଜୋରଦାର ହେଲା କସରତ । ଆମେରିକା ଯିବ ଏନଆଇଏ ଟିମ । ସୂଚନା ଅନୁସାରେ ୨ରୁ ୩ ଅଧିକାରୀ ଚଳିତ ସପ୍ତାହରେ ଆମେରିକା ଯିବେ । ଏନେଇ ଗୃହମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଦୀର୍ଘ ଦିନର ପ୍ରୟାସ ପରେ ୨୫ ତାରିଖରେ କୁଟନୈତିକ କ୍ଷେତ୍ରରେ ଭାରତକୁ ବଡ଼ ସଫଳତା ମିଳିଛି ।

25fgnh

Photograph: (kanaknews)

କନକ ବ୍ୟୁରୋ : ଆମେରିକାରୁ ୨୬/୧୧ ମାଷ୍ଟରମାଇଣ୍ଡ ତହବୁର ରାଣାର ପ୍ରତ୍ୟାପର୍ଣ ପାଇଁ ଜୋରଦାର ହେଲା କସରତ । ଆମେରିକା ଯିବ ଏନଆଇଏ ଟିମ । ସୂଚନା ଅନୁସାରେ ୨ରୁ ୩ ଅଧିକାରୀ ଚଳିତ ସପ୍ତାହରେ ଆମେରିକା ଯିବେ । ଏନେଇ ଗୃହମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଦୀର୍ଘ ଦିନର ପ୍ରୟାସ ପରେ ୨୫ ତାରିଖରେ କୁଟନୈତିକ କ୍ଷେତ୍ରରେ ଭାରତକୁ ବଡ଼ ସଫଳତା ମିଳିଛି । ଆମେରିକା ସୁପ୍ରିମକୋର୍ଟ ମୁମ୍ବାଇ ଆକ୍ରମଣର ଦୋଷୀ ତହବୁର ରାଣାକୁ ଭାରତ ପ୍ରତ୍ୟାବର୍ତ୍ତନକୁ ମଞ୍ଜୁରୀ ଦେଇଥିଲେ ତହବୁର ପକ୍ଷରୁ କରାଯାଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ପାକିସ୍ତାନର ମୂଳବାସିନ୍ଦା ତହବୁର ରାଣା। କାନାଡାରେ ବ୍ୟବସାୟ କରୁଥିଲା। ୨୦୦୮ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପ୍ରମୁଖ ଭୁମିକା ଥିବା ଅଭିଯୋଗ ହୋଇଥିଲା। ଭାରତ ପାଇଁ ମୋଷ୍ଟ ୱାଣ୍ଟେଡ ଥିଲା ତହବୁର। ଆମେରିକା ଲସ୍ ଏଞ୍ଜଲସ୍ ଜେଲରେ ରହୁଥିବା ତହବୁରକୁ ଫେରାଇ ଆଣିବାକୁ ଦାବି କରି ଆସୁଥିଲା ଭାରତ। ମାମଲାର ସମୀକ୍ଷା ପାଇଁ ନଭେମ୍ବର ୧୩ ତାରିଖରେ ଆମେରିକା ସୁପ୍ରିମକୋର୍ଟରେ ଆବେଦନ କରିଥିଲା ତହବୁର। ହେଲେ କୋର୍ଟ ମାମଲାକୁ ଖାରଜ କରିଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe