କନକବ୍ୟୁରୋ : ତିରୁପତି ମନ୍ଦିର ଲଡୁରେ ମିଶ୍ରଣ ବିବାଦ ପରେ ଦେଶର ଅନ୍ୟ କେତେକ ବଡ଼ ବଡ଼ ମନ୍ଦିର ମଧ୍ୟ ସେମାନଙ୍କ ପ୍ରସାଦ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ଚିନ୍ତା କରୁଥିବା ଦେଖିବାକୁ ମିଳୁଛି। ଅଯୋଧ୍ୟ, ପ୍ରୟାଗରାଜ ଓ ମଥୁରାର ବଡ଼ ବଡ଼ ମନ୍ଦର ସବୁ ନିଜର ପ୍ରସାଦ ବ୍ୟବସ୍ଥା ଓ ନିୟମରେ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି ।
ରାମ ଜନ୍ମଭୂମି ଅଯୋଧ୍ୟା ମନ୍ଦିରର ମୁଖ୍ୟ ପୂଜା ସତୈନ୍ଦ୍ର ଦାସ ତାଙ୍କର ଚିନ୍ତା ପ୍ରକଟ କରି ମନ୍ଦିରକୁ ବାହାର ସଂସ୍ଥାରୁ ପ୍ରସାଦ ନଆଣିବାକୁ ଦାବି କରିଛନ୍ତି। ସେ କହିଛନ୍ତି ଯେ ମନ୍ଦିରର ସୁଦ୍ଧତା ପାଇଁ ମନ୍ଦିର ଭିତରର ପୂଜାରିମାନେ ମିଶି ପ୍ରସାଦ ତିଆରି କଲେ ଭଲ। ଏହାଛଡ଼ା ସେ ପ୍ରସାଦରେ ବ୍ୟବହୃତ ହେଉଥିବା ଘିଅର ଯାଞ୍ଚ୍ କରିବାକୁ ମଧ୍ୟ କହିଛନ୍ତି ।
ଘିଅରେ ପଶୁ ଚର୍ବି ଓ ମାଛ ତୈଳ ମିଶୁଛି ବୋଲି ଅଭିଯୋଗ ହୋଇ ବିବାଦ ଉପୁଜିବା ପରେ ଏହି ମାମଲାରେ ଅନ୍ତ୍ରରାଷ୍ଟ୍ରୀୟ ଷଡ଼ଯନ୍ତ୍ର ରହିଛି ବୋଲି ସେ କହିଛନ୍ତି । ତାଙ୍କ କହିବା କଥା ହେଲା ଆମ ମନ୍ଦିର ପରିବେଶର ସୁଦ୍ଧତାକୁ କ୍ଷୁର୍ଣ୍ଣ କରିବା ପାଇଁ ବାହାର ରାଷ୍ଟ୍ରର କିଛି ଶତ୍ରୁ ଜାଣି ଜାଣି ଏପରି କରାଉଛନ୍ତି । ରାମ ମନ୍ଦିର ବ୍ୟତୀତ ମଥୁରା ମନ୍ଦିରର ପୂଜାରି ପ୍ରସାଦ ବଦଳରେ ଏଣିକି ଫଳମୂଳ ଭୋଗ ଉପରେ ଗୁରୁତ୍ବ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/0NCTXxOTaIuKkAjaCs1X.jpg)