କନକ ବ୍ୟୁରୋ: ଝାରସୁଗୁଡ଼ା ପୌର ପରିଷଦରେ ମଶା ତେଲ କିଣାରେ ଦୁର୍ନୀତି ମାମଲା । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଖୋଲତାଡ଼ ଆରମ୍ଭ କରିଛି ଭିଜିଲାନ୍ସ ବିଭାଗ। ଆଜି ଝାରସୁଗୁଡ଼ା ଗୋ ଶାଳା ନିକଟ ରେ ଥିବା ଜେଏସଜି କମ୍ପାନୀ ନିକଟରେ ଭିଜିଲାନ୍ସ ଚଢ଼ାଉ କରିଛି । କମ୍ପାନୀ ଫ୍ୟୁଜନ୍ ଗ୍ରୁପକୁ ୧୨୦ ରୁ ୨୦୦ ଟଙ୍କା ଚଢ଼ା ଦରରେ ବିକିଥିଲା ।
ତେବେ ଆଜି ଏହି ଖୋଳତାଡ଼ ପରେ ଫିନାଇଲ ଓ ବ୍ଲିଚିଂରେ କେଉଁ କେଉଁ କମ୍ପୋଜିସନ ମିଶାଯାଇଚି ତାର କୌଣସି ଉଲ୍ଲେଖ କରାଯାଇନାହି। ଭିଜିଲାନ୍ସ ଡ୍ରଗ୍ସ ବିଭାଗ ସହ ଜିଏସଟି ଓ ପୋଲିସ ବିଭାଗର ସହାୟତା ନେଇଛି ।