କନକ ବ୍ୟୁରୋ: ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଏସିଏଫ ରେବତୀ ରମଣ ଯୋଶୀଙ୍କ ଅମାପ ସମ୍ପତ୍ତି। ଭିଜିଲାନ୍ସ ଚଢାଉବେଳେ ସାମ୍ନାକୁ ଆସିଲା ବାବୁଙ୍କ କଳା ସମ୍ପତ୍ତିର ଲମ୍ବା ତାଲିକା। ଶୁକ୍ରବାର ସକାଳୁ ଏସିଏଫ୍ ରେବତୀ ରମଣଙ୍କ ଏକକାଳୀନ ୯ଟି ଠିକଣା ଉପରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା। ଚଢାଉ ସମୟରେ ସମ୍ବଲପୁର ଓ ଭୁବନେଶ୍ବର ଓ ପଦ୍ମପୁରରେ ବାବୁଙ୍କ ୫ଟି ଦାମୀ ଫ୍ଲାଟ୍ ସହ ୭ଟି ପ୍ଲଟ୍ ଠାବ କରାଯାଇଛି। ସାଢେ ୧୪ ଲକ୍ଷ ନଗଦ ଟଙ୍କା ସହ ୧୫୦ ଗ୍ରାମ ସୁନା, ୩୦୦ ଗ୍ରାମ ରୁପା ଅଳଙ୍କାର ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ।
- ବିଭିନ୍ନ କ୍ଷେତ୍ରରେ କଳାଧନ ହୋଇଛି ନିବେଶ
- ବାବୁ କହିଲେ, 'ଚଢାଉ ପଛରେ ରହିଛି ଷଡ଼ଯନ୍ତ୍ର'
ଏସିଏଫ ରେବତୀ ରମଣ ଯୋଶୀଙ୍କ ବ୍ୟାଙ୍କ, ଇନସ୍ୟୁରାନ୍ସ, ପୋଷ୍ଟାଲ ଆଦି ଡିପୋଜିଟର କାଗଜ ପତ୍ର ମଧ୍ୟ ଜବତ ହୋଇଛି। ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଲକ୍ଷାଧିକ ଟଙ୍କା ଇନଭେଷ୍ଟ କରାଯାଇଥିବା ନେଇ ସୂଚନା ମିଳିଛି। ଅନ୍ୟପଟେ ଶତ୍ରୁତା ପାଇଁ ମତେ ଷଡ଼ଯନ୍ତ୍ର କରି ଫସାଇ ଦିଆଯାଇଥିବା କହିଛନ୍ତି ଦୁର୍ନୀତିଗ୍ରସ୍ତ ଏହି ସରକାରୀ ବାବୁ।
ତେବେ ଚଢାଉରେ ୩ ଜଣ ଡିଏସପି ୧୦ ଜଣ ଇନସ୍ପେକ୍ଟର ସାମିଲ ହୋଇଛନ୍ତି। ଆଗକୁ ଏହି ବାବୁଙ୍କ ବିରୋଧରେ କଣ କାର୍ୟ୍ୟାନୁଷ୍ଠାନ ନିଆଯାଉଛି ଦେଖିବାକୁ ବାକି।