ଖୋଲିବ କୁବେର ବାବୁଙ୍କ ଲକର ; ଭୁବନେଶ୍ବର ବ୍ୟାଙ୍କରେ ଘାଣ୍ଟିବ ଭିଜିଲାନ୍ସ

ଖୋଲିବ କୁବେର ବାବୁଙ୍କ ବ୍ୟାଙ୍କ ଲକର । ଜୟପୁରରୁ ଭୁବନେଶ୍ବର ଏସବିଆଇକୁ ଆସିବ ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍ । ମାଲକାନଗିରି ଜଳ ଛାୟା ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଘରୁ ଜବତ ହୋଇଛି ଏକ କୋଟି ୯୭ ଲକ୍ଷ ନଗଦ ଟଙ୍କା ।

bank locker

bank locker Photograph: (kanakNews)

କନକ ବ୍ୟୁରୋ: କୁବେର ବାବୁ ଘରେ ରଖିଥିଲେ ୧ କୋଟି ୯୭ ଲକ୍ଷ ନଗଦ ଟଙ୍କା । ଭିଜିଲାନ୍ସ ଚଢାଉ ବେଳେ ମାଲକାନଗିରି ଜିଲ୍ଲା ଜଳ ବିଭାଜିକା ପ୍ରକଳ୍ପ ଉପନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଜୟପୁର ସ୍ଥିତ ଘରୁ ଭିଜିଲାନ୍ସ ୧ କୋଟି ୯୭ ଲକ୍ଷ ନଗଦ ଟଙ୍କା ସହ ୩ ଶହ ଗ୍ରାମର ସୁନା ଅଳଙ୍କାର ଠାବ ହୋଇଛି । 

ସରକାରୀ ବାବୁ ଏତେ ଟଙ୍କା ଆଣିଲେ କେଉଁଠୁ ? କୋଟି କୋଟି ଟଙ୍କା ବାବୁ ଜଣଙ୍କ ଘରେ କାହିଁକି ରଖିଥିଲେ ? ଏବେ ତାହାର ଉତ୍ସ ଖୋଜିବ ଭିଜିଲାନ୍ସ । ଭୁବନେଶ୍ବର ଓ ଜୟପୁରରେ ବାବୁଙ୍କ ରହିଛି ୪ଟି ମୂଲ୍ୟବାନ ପ୍ଲଟ । ଏକାଧିକ ବ୍ୟାଙ୍କ ଖାତା ଓ ୩ କୋଟିର ଘରର ହିସାବ ବାହାର କରିଛି ଭିଜିଲାନ୍ସ । ଏହାସହ ମାଲକାନଗିରି ଜିଲ୍ଲାରେ ୪ଟି ସ୍ଥାନରୁ ୯ଲକ୍ଷ ଟଙ୍କା ଜବତ ହୋଇଛି । ଆଜି ଭୁବନେଶ୍ବର ଏସବିଆଇରେ ଥିବା ଲକରକୁ ଯାଞ୍ଚ କରିବା ପାଇଁ ଜୟପୁରରୁ ଏକ ସ୍ବତନ୍ତ୍ର ଟିମ୍ ଭୁବନେଶ୍ବର ଯିବ । 

ଭିଜିଲାନ୍ସ ସୂଚନା ଆଧାରରେ ବାବୁଙ୍କ ସମ୍ପତ୍ତିର ତାଲିକା ପ୍ରସ୍ତୁତ କରିବା ପାଇଁ ଆହୁରି ୨ ଦିନ ଲାଗିବ । ରାଜ୍ୟର ବିଭିନ୍ନ ସ୍ଥାନରେ ମୋଟ୍ ୬୦ ଜଣ ଭିଜିଲାନ୍ସ ଅଧିକାରୀ ୯ଟି ସ୍ଥାନରେ ତଦନ୍ତ କରୁଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe