କନକ ବ୍ୟୁରୋ : ବାବୁଙ୍କ ଘରେ ପୁଳା ପୁଳା ଟଙ୍କା । ନଗଦ ଦେଢ କୋଟି ଟଙ୍କା, ଦେଢ଼ କେଜିରୁ ଅଧିକ ସୁନା, ୪ କେଜିରୁ ଅଧିକ ରୁପା ଦେଖି ତାଜୁବ ଅଧିକାରୀ । ଜୟପୁର ବନଖଣ୍ଡର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରୁ ମିଳିଲାଣି ଏତେ ଟଙ୍କା । ଏକକାଳୀନ ୬ଟି ଠିକଣାରେ ଚଢାଉ କରିଛି ଭିଜିଲାନ୍ସ । ଜୟପୁରର ପୈତୃକ ଜମି, ଆପାର୍ଟମେଂଟରେ ଥିବା ୨ଟି ଫ୍ଲାଟ, ସମ୍ବାର ଟୋଟାରେ ଥିବା ଶ୍ବଶୁର ଘର, ଭୁବନେଶ୍ବରରେ ଥିବା ଭାଈ ଘର ସମେତ ତାଙ୍କ ଅଫିସରେ ରେଡ କରିଛନ୍ତି ଅଧିକାରୀ ।
ଚଢାଉରେ ଭିଜିଲାନ୍ସର ୬ଡିଏସପି, ୫ଇନ୍ସପେକ୍ଟର, ୯ଏଏସଆଇ ଏବଂ ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି । ଫରେଷ୍ଟ ଗାର୍ଡଭାବେ ଚାକିରି ଆରମ୍ଭ କରି ଏବେ ଡେପୁଟି ରେଞ୍ଜର ହୋଇଥିବା ରାମଚନ୍ଦ୍ର ନେପାକଙ୍କ ସମ୍ପତି ଦେଖି ତାଜୁବ ହୋଇଛନ୍ତି ଅଧିକାରୀ । ଏତେ ପରିମାଣରେ ଟଙ୍କା ବାହାରିବା ପରେ ୨ଟି ଟଙ୍କାଗଣା ମେସିନ ମଗାଯାଇଥିବା ସୂଚନା ଦେଇଛନ୍ତି ଅଧିକାରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/07/25/vigilance-raid-2025-07-25-17-25-01.jpg)