କନକ ବ୍ୟୁରୋ: ଅବସର ପୂର୍ବରୁ ମାଡ଼ି ବସିଲା ଭିଜିଲାନ୍ସ । ଆସନ୍ତାକାଲି ସରିଥାନ୍ତା ଚାକିରି ଜୀବନ । ହେଲେ ଭିଜିଲାନ୍ସ ଜାଲରେ ପଡ଼ିଲେ ଭୁବନେଶ୍ୱର ଗ୍ରାମ୍ୟ ଉନ୍ନୟନ ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ । ଅନୁଗୁଳ, କଟକ ଓ ଢେଙ୍କାନାଳ ଭିଜିଲାନ୍ସ ବିଭାଗ ମିଳିତ ଭାବେ ଚଢ଼ାଉ କରାଯାଉଛି । ଅନୁଗୁଳ କରଡ଼ାଗାଡ଼ିଆରେ ଥିବା ଦୁଇ ମହଲା କୋଠା, ଶିକ୍ଷକପଡ଼ାରେ ଥିବା ସମ୍ପର୍କୀୟଙ୍କ ଘରେ ରେଡ୍ କରାଯାଉଛି । ସେହିପରି ଲୋକେଇପାସିରେ ଥିବା ପୈତୃକ ଘର, ମାଟିଆ ସାହିରେ ଥିବା ଘରେ ମଧ୍ୟ ରେଡ୍ କରିଛି ଭିଜିଲାନ୍ସ । ଏହାସହ ଭୁବନେଶ୍ବର ଡୁମୁଡୁମାରେ ଥିବା ଘର ଓ ଭୁବନେଶ୍ବର ଅଫିସ୍ ସମେତ ପୁରୀ ପିପିଲି ଅଞ୍ଚଳର ଶିଉଳାରେ ରେଡ୍ କରାଯାଉଛି । ଭୁବନେଶ୍ୱର ଗ୍ରାମ୍ୟ ଉନ୍ନୟନ ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କ ଭୁବନେଶ୍ବର ସ୍ଥିତ ଘରୁ ନଗଦ ୨ କୋଟି ଟଙ୍କା ଠାବ କରିଛି ଭିଜିଲାନ୍ସ ବିଭାଗ । ସେହିପରି ଅନୁଗୁଳ ସ୍ଥିତ ବାସଭବନରୁ ୧ କୋଟି ୪୦ ଲକ୍ଷ ଟଙ୍କା ଜବତ ।
ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀ, ଆସନ୍ତାକାଲି ନେଇଥାନ୍ତେ ଅବସର
ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଗ୍ରାମ୍ୟ ଉନ୍ନୟନ ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ । ଆସନ୍ତାକାଲି ନେଇଥାନ୍ତେ ଅବସର ।
/kanak/media/media_files/2025/05/30/iKQ2iITpM7sW0JCFRuiR.jpg)