ବାବୁଙ୍କ ଘରୁ ମିଳିଲା ପୁଳା ପୁଳା ସୁନା ; OSRTCର ସିଏଓ ବିଜୟ କୁମାର ମଙ୍ଗରାଜଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାବୁଙ୍କ ଘରୁ ମିଳିଲା ପୁଳା ପୁଳା ସୁନା ; ଓଏସଆରଟିସିର ସିଏଓ ବିଜୟ କୁମାର ମଙ୍ଗରାଜଙ୍କ ଘରେ ଭିଜିଲାନ୍ସ ଚଢ଼ାଉ , ଭୁବନେଶ୍ୱର ଓ ବାରିପଦା ଘର ଓ କାର୍ୟ୍ୟାଳୟ ସମେତ ୭ଟି ସ୍ଥାନରେ ରେଡ

gold

କନକ ବ୍ୟୁରୋ: ବାବୁଙ୍କ ଘରେ ପୁଳା ପୁଳା ସୁନା।  ଭିଜିଲାନ୍ସ ଚଢ଼ାଉ ବେଳେ ଜବତ ହୋଇଛି ବିଭିନ୍ନ ସୁନା ଅଳଙ୍କାର। ଓଏସଆରଟିସିର ଚିଫ୍ ଆକାଉଣ୍ଟସ ଅଫିସର ବିଜୟ କୁମାର ମଙ୍ଗରାଜଙ୍କ ଘର ଓ କାର୍ୟ୍ୟାଳୟ ସମେତ ୭ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ଚଢ଼ାଉ ବେଳେ ସୁନା ହାର, ଚୁଡ଼ି, ମୁଦି, ଚେନ୍ ଆହୁରି କେତେ କ’ଣ। ଓଏସଆରଟିସିର ସିଏଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ବେଳେ ଏହି ସବୁ ସୁନା ଅଳଙ୍କାର ସାମ୍ନାକୁ ଆସିଛି।  

ଭୁବନେଶ୍ୱରରେ ଥିବା କାର୍ୟ୍ୟାଳୟ, ଖାରବେଳ ନଗରରେ ଥିବା ଓଏସଆରଟିସି କାର୍ଯ୍ୟାଳୟ, ଭୁବନେଶ୍ୱର ନନ୍ଦନ ବିହାର, ରସୁଲଗଡ଼ ଅଞ୍ଚଳରେ ଥିବା ୩ଟି ଘର ଓ ବାରିପଦା ସ୍ଥିତ ଘରେ ଛାନଭିନ କରୁଛି ଭିଜିଲାନ୍ସ। ଏପରିକି କେରଳରେ ମଧ୍ୟ ଚିଫ୍ ଆକାଉଣ୍ଟସ ଅଫିସର ବିଜୟ କୁମାର ମଙ୍ଗରାଜଙ୍କ ଏକ ଘର ରହିଛି। ଆଉ ଏହି ଚଢ଼ାଉ ବେଳେ ପୁଳା ପୁଳା ସୁନା ଜବତ ହୋଇଛି। ସୁନା ଦେଖି ତାଜୁବ ହୋଇଯାଇଛନ୍ତି ଭିଜିଲାନ୍ସ ଅଧିକାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe