କନକ ବ୍ୟୁରୋ: ଆଜି ଗୃହରେ ଦୁନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ନୂଆ ସରକାରଙ୍କ ପଦକ୍ଷେପଚୁ ନେଇ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତଥ୍ୟ ଅନୁସାରେ, ନୂଆ ସରକାର ହେବା ପରଠାରୁ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ମଧ୍ୟରେ ଛାନିଆ ପଶିଛି । ସେମାନଙ୍କୁ ଠାବ କରି ତାଙ୍କ ଉପରେ ହେଉଛି ଚଢଉ । ୮୦ ଦିନରେ ୩୯ ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ଉପରେ ହେଲାଣି ଭିଜିଲାନ୍ସ ଚଢଉ । ଏହି କ୍ରମରେ ୫୦ କୋଟିରୁ ଅଧିକ ଆୟ ବହିର୍ଭୁତ ସମ୍ପତ୍ତି ଜବତ ହେଲାଣି । ସେହିପରି ଗତ ବର୍ଷକ ମଧ୍ୟରେ ୧୧୫ କୋଟିରୁ ଅଧିକ ଆୟ ବହିର୍ଭୁତ ସମ୍ପତ୍ତିଜବତ ହୋଇଛି । ଆଗକୁ ମଧ୍ୟ ଚଢଉ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ମୋହନଙ୍କ ଛାଟ ; ୮୦ ଦିନରେ ୩୯ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ହୋଇଛି ଭିଜିଲାନ୍ସ ରେଡ୍ ।
ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ମୋହନ ଛାଟ ; କହିଲେ, ୮୦ ଦିନରେ ୩୯ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ହୋଇଛି ଭିଜିଲାନ୍ସ ରେଡ୍ ।