କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ପଞ୍ଚାୟତ ଜିଆରଏସ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ବୋରିଗୁମ୍ମା ବ୍ଲକ ଚମ୍ପିଆ ପଂଚାୟତର ଜିଆରଏସ୍ ପାର୍ଥସାରଥୀ ବିଶୋୟୀ। ପାର୍ଥସାରଥୀଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢାଉ। ଏକ କାଳୀନ ୭ ଟି ସ୍ଥାନରେ ଜୟପୁର ଭିଜିଲାନ୍ସ ଟିମର ଚଢାଉ ଜାରି ରହିଛି। ପାର୍ଥ ସାରଥୀଙ୍କ ନାମରେ ପୂର୍ବରୁ ମଧ୍ୟ ଅନେକ ଅଭିଯୋଗ ରହିଛି । ପଂଚାୟତ କାର୍ଯ୍ୟରେ ହେରଫେର କରୁଥିବା ନେଇ ବାରମ୍ବାର ଅଭିଯୋଗ ହେବା ପରେ ଏବେ ଭିଜିଲାନ୍ସ ଚଢାଉ କରିଛି ।