ବାରିପଦା ପୌରପରିଷଦରେ ଭିଜିଲାନ୍ସ ଚଢ଼ାଉ, ଲାଞ୍ଚ ନେବାବେଳେ ଧରାପଡ଼ିଲେ ବରିଷ୍ଠ କିରାଣି

Advertisment

୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ମ୍ୟୁନିସିପାଲିଟିର ବରିଷ୍ଠ କିରାଣି ଗୋପାଳ ପ୍ରଧାନ । ଦୋକାନ ଘରର ମାଲିକାନା ପରିବର୍ତ୍ତନ ପାଇଁ ନେଉଥିଲେ ଟଙ୍କା । 

୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ମ୍ୟୁନିସିପାଲିଟିର ବରିଷ୍ଠ କିରାଣି ଗୋପାଳ ପ୍ରଧାନ । ଦୋକାନ ଘରର ମାଲିକାନା ପରିବର୍ତ୍ତନ ପାଇଁ ନେଉଥିଲେ ଟଙ୍କା । 

Vigilance-

କନକ ବ୍ୟୁରୋ: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବାରିପଦା ର ବରିଷ୍ଠ କିରାଣି । ବାରିପଦା ମ୍ୟୁନିସିପାଲଟିର ଏଷ୍ଟାବ୍ଲିସ୍‌ମେଣ୍ଟ୍‌ ବିଭାଗରେ ଥିବା ବରିଷ୍ଠ କିରାଣି ଗୋପାଳକୃଷ୍ଣ ପ୍ରଧାନ ଏକ ଦୋକାନ ଘର ମାଲିକାନା ପରିବର୍ତ୍ତନ ପାଇଁ ଅଭିଯୋଗକାରୀ ଯୁବକ ମହମ୍ମଦ ଯାଭିରଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ମ୍ୟୁନିସିପାଲିଟି କାର୍ଯ୍ୟାଳୟ ପରିସରରେ ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ବାରିପଦା ଭିଜିଲାନ୍ସ ଟିମ୍ । ଘଟଣା ମୁତାବକ ଅଭିଯୋଗକାରୀ ଯୁବକ ଜଣକ ହେଉଛନ୍ତି ବାରିପଦା ପୁରୁଣା ହାଟସାହିର ମହମ୍ମଦ ଯାଭିର । ତାଙ୍କ ବାପାଙ୍କ ମୃତ୍ୟୁ ପରେ ତାଙ୍କ ନାମରେ ଥିବା ୨ଟି ଦୋକାନ ଘରର ମାଲିକାନା ପରିବର୍ତ୍ତନ ଲାଗି ୨ ବର୍ଷ ତଳେ ଆବେଦନ କରିଥିଲେ । ହେଲେ ଆଜିକୁ ଦୁଇବର୍ଷରୁ ଅଧିକ ସମୟ ଧରି ଗୋପାଳକୃଷ୍ଣ ତାଙ୍କୁ ନିରାଶ କରି ଆସୁଥିଲେ ଏବଂ ଶେଷରେ ୧୦ ହଜାର ଟଙ୍କା ଦେଲେ କାମ ହେବ ବୋଲି କହିଥିଲେ । ତେଣୁ ମହମ୍ମଦ ଯାଭିର ଏହି ଘଟଣାକୁ ନେଇ ଭିଜିଲାନ୍ସ ବିଭାଗରେ ଦ୍ୱାରସ୍ଥ ହୋଇଥିଲେ । ଯୋଜନା ମୁତାବକ ଆଜି(ଶୁକ୍ରବାର) ମହମ୍ମଦ ଯାଭିର ଗୋପାଳକୃଷ୍ଣଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ରେଡ୍‌ ହ୍ୟାଣ୍ଡରେ ଗୋପାଳକୃଷ୍ଣଙ୍କୁ ଗିରଫ କରିଛି ବାରିପଦା ଭିଜିଲାନ୍ସ ଟିମ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe