କନକ ବ୍ୟୁରୋ: ଏଥର ଭିଜିଲାନ୍ସ ଜାଲରେ ଆଇଏଏସ୍ ବାବୁ । ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି କଳାହାଣ୍ଡି ଧର୍ମଗଡ଼ ଉପଜିଲ୍ଲାପାଳ ଧିମନ ଚକମା । ଜଣେ ସ୍ଥାନୀୟ ବ୍ୟବସାୟୀଙ୍କଠୁ ଲାଞ୍ଚ ଟଙ୍କା ନେଉଥିବା ବେଳେ ମାଡି ବସିଛି ଭିଜିଲାନ୍ସ । ବ୍ୟବସାୟୀଙ୍କ ବ୍ୟବସାୟକୁ କ୍ଷତି ପହଞ୍ଚାଇବାର ଧମକ ଦେଇ ୨୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ।
ସେଥିରୁ ୧୦ ଲକ୍ଷ ଟଙ୍କା ଆଜି ନେଉଥିବା ବେଳେ ରେଡ୍ ହ୍ୟାଣ୍ଡରେ ଧରାପଡିଛନ୍ତି ୨୦୨୧ ବ୍ୟାଚ୍ର ଆଇଏଏସ୍ ବାବୁ । ଧର୍ମଗଡ଼ସ୍ଥିତ ଘରେ ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଚଢାଉ କରି ଉପଜିଲ୍ଲାପାଳ ଧିମନ ଚକମାଙ୍କ ଧରିଛି । ତାଙ୍କଠୁ ୨୬ଟି ୧୦୦ ଟଙ୍କିଆ ନୋଟ ବଣ୍ଡଲ ଜବତ କରାଯାଇଛି । ତାଙ୍କ ହାତ ଧୋଇବାରୁ କେମିକାଲ ପ୍ରତିକ୍ରିୟାରୁ ଟଙ୍କା ଧରିଥିବା ସ୍ପଷ୍ଟ ହୋଇଛି । ତାଙ୍କ ଘରୁ ୪୭ ଲକ୍ଷର ନଗଦ ଟଙ୍କା ଜବତ କରାଯାଇଛି । ଏଥିସହ ସର୍ଚ୍ଚଅପରେସନ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/06/08/YieQjA57DZ2lb2v4Bfpd.jpg)