କନକ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ସହକାରୀ ନିର୍ବାହୀ ଯନ୍ତ୍ରୀ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଜୟପୁର, ଗଞ୍ଜାମ ଓ ଭୁବନେଶ୍ୱରର ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି । ଜଣେ ଆଡିସନଲା ଏସପି, ୨ ଡିଏସପି, ୮ ଇନସପେକ୍ଟର, ୬ ଏଏସଆଇ ଓ ଅନ୍ୟ କିଛି କର୍ମଚାରୀ ଏହି ଚଢାଉରେ ସାମିଲ ହୋଇଛନ୍ତି । ଭିଜିଲାନ୍ସ ଚଢାଉ ଜାରି ରହିଥିବା ବେଳେ ବାବୁଙ୍କ ଘରୁ କେତେ ଟଙ୍କା ଜବତ ହୋଇଛି ତାହା ସ୍ପଷ୍ଟ ହୋଇନି । ଜୟପୁର ବ୍ଲକ ସହ ପୌରପାଳିକାର ଯନ୍ତ୍ରୀ ଦାୟିତ୍ୱରେ ଅଛନ୍ତି ବିଶ୍ୱନାଥ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us