କନକ ବ୍ୟୁରୋ: ଓଏସଆରଟିସିର ସିଏଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଚିଫ୍ ଆକାଉଣ୍ଟସ ଅଫିସର ବିଜୟ କୁମାର ମଙ୍ଗରାଜଙ୍କ ଘର ଓ କାର୍ୟ୍ୟାଳୟ ସମେତ ୭ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ଭୁବନେଶ୍ୱରରେ ଥିବା କାର୍ୟ୍ୟାଳୟ, ଖାରବେଳ ନଗରରେ ଥିବା ଓଏସଆରଟିସି  କାର୍ୟ୍ୟାଳୟ, ଭୁବନେଶ୍ୱର ନନ୍ଦନ ବିହାର, ରସୁଲଗଡ଼ ଅଞ୍ଚଳରେ ଥିବା ୩ଟି ଘର ଓ ବାରିପଦା ସ୍ଥିତ ଘରେ ଛାନଭିନ କରୁଛି ଭିଜିଲାନ୍ସ। ଏପରିକି କେରଳରେ ମଧ୍ୟ ଚିଫ୍ ଆକାଉଣ୍ଟସ ଅଫିସର ବିଜୟ କୁମାର ମଙ୍ଗରାଜଙ୍କ ଏକ ଘର ରହିଛି।