ଭିଜିଲାନ୍ସ ଜାଲରେ ଆଉ ଜଣେ ଯନ୍ତ୍ରୀ,  ଏକାକାଳୀନ ୮ଟି ସ୍ଥାନରେ ରେଡ୍

 ଭିଜିଲାନ୍ସ ଜାଲରେ ଆଉ ଜଣେ ଯନ୍ତ୍ରୀ,  ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁଶାନ୍ତ ସେଠୀଙ୍କ ଘରେ ଚଢ଼ାଉ । ଏକାକାଳୀନ ୮ଟି ସ୍ଥାନରେ ଚାଲିଛି ରେଡ୍

JE********

JE******** Photograph: (KanakNews)

କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ନୂଆପଡ଼ା ରାସ୍ତା ଓ ଗୃହ ବିଭାଗର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀଙ୍କ ବିଭିନ୍ନ ଠିକଣାରେ ରେଡ୍ କରୁଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରୁଛି । ଏକକାଳୀନ ୮ଟି ସ୍ଥାନରେ ଚାଲିଛି ଚଢ଼ାଉ । 

ଭୁବନେଶ୍ବର, ନୂଆପଡ଼ା ଓ ପୁରୀରେ ଚଢ଼ାଉ ଜାରି ରହିଛି । ଏହି ରେଡରେ ୭ଜଣ ଡିଏସପି, ୩ଜଣ ଇନ୍ସପେକ୍ଟର, ୧୦ ଜଣ ଏଏସଆଇ ସାମିଲ ଅଛନ୍ତି । ଭୁବନେଶ୍ବର ଲିଙ୍ଗିପୁର ସ୍ଥିତ ଗଙ୍ଗୋତ୍ରୀ ନଗରରେ ଥିବା ୩ ମହଲା କୋଠା, ଲିଙ୍ଗିପୁରରେ ଥିବା ନିର୍ମାଣାଧୀନ କୋଠା, ପିପିଲି ବିଲିପଡ଼ାର  ଫାର୍ମ ହାଉସ୍, ଭୁବନେଶ୍ବର ବ୍ରିଟ୍ କଲୋନିରେ ଥିବା ସମ୍ପର୍କୀୟଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ । ନୂଆପଡ଼ାରେ ଥିବା ତାଙ୍କ ସରକାରୀ କାର୍ଯ୍ୟାଳୟ ଓ ବାସଭବନରେ ମଧ୍ୟ ଚଢ଼ାଉ ଜାରି ରହିଛି । ସେହିପରି ଭୁବନେଶ୍ବର କେଦାର ଲେନ୍ ଓ ଗ୍ୟାରେଜ ଛକରେ ଥିବା ତାଙ୍କର ବିଭିନ୍ନ ପ୍ଲଟରେ ରେଡ୍ କରୁଛି ଭିଜିଲାନ୍ସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe