କନକ ବ୍ୟୁରୋ: କଳାଧନ ପ୍ରସଙ୍ଗରେ ଜଷ୍ଟିସ ଅରଜିତ ପଶାୟତଙ୍କ ବଡ଼ ପ୍ରତିକ୍ରିୟା। ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ଧରିବା ବେଳେ ଆୟକର କେତେ ଠକିଛି ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ ହେବ। ଅର୍ଥାତ୍ ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ଧରିବାବେଳେ ନିଜେ ଭିଜିଲାନ୍ସ, ଆୟକର ବିଭାଗ କିମ୍ବା ଇଡି ଅଧିକାରୀ ଗଡବଡ କରିଥିଲେ ତଦନ୍ତ ସ୍କାନରକୁ ଆସିବେ।
ଜିଏସଟିରେ ରାଜ୍ୟରେ ମଧ୍ୟ ବଡ ବଡ ଠକେଇ ନଜରକୁ ଆସିଛି। କିଛି ବେଆଇନ ଅନଲାଇନ୍ ଗ୍ୟାମ୍ୱଲିଂ ଜରିଆରେ ଟଙ୍କା କାରବାର ହେଉଛି ବୋଲି ମଧ୍ୟ ସେ କହିଛନ୍ତି। ସେହିପରି ବୈଠକ ଶେଷ ପରେ ସିବିଡିଟି ଚେୟାରମ୍ୟାନ ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ ରବି ଅଗ୍ରୱାଲ କହିଛନ୍ତି, ବେଆଇନ ସମ୍ପତ୍ତି ଯାଞ୍ଚ ବେଳେ ପ୍ରତି ବିଭାଗ ମଧ୍ୟରେ କିଭଳି ସମନ୍ୱୟ ରହିପାରିବ ସେ ନେଇ ଆଲୋଚନା ହୋଇଛି। ସାଇବର୍ କ୍ରାଇମ୍ କ୍ରିପ୍ଟୋକରେନ୍ସି ଡିଜିଟାଲ ଟ୍ରାଞ୍ଜାକ୍ସନ ଜରିଆରେ ବେଆଇନ ଟଙ୍କା କାରବାର ହେଉଛି ଏହା ଉପରେ ଆଗକୁ ଅଧିକ ଫୋକସ ରହିବ ବୋଲି ସେ ଗୁରୁତ୍ୱ ଦେଇଛନ୍ତି ।
ବର୍ତ୍ତିପାରିବେନି ଭିଜିଲାନ୍ସ, ଆୟକର ବିଭାଗ ଓ ଇଡି ଅଧିକାରୀ ; ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ୍ ପଶାୟତଙ୍କ ବଡ ପ୍ରତିକ୍ରିୟା
ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ଧରିବା ବେଳେ ତଦନ୍ତକାରୀ ସଂସ୍ଥା ଅଧିକାରୀ ଠକିଥିଲେ ଯାଞ୍ଚରୁ ବର୍ତ୍ତିପାରିବେନି । କଳାଧନ ପ୍ରସଙ୍ଗରେ ବୈଠକ ଶେଷ ପରେ ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରଜିତ୍ ପଶାୟତଙ୍କ ପ୍ରତିକ୍ରିୟା ।
/kanak/media/media_files/U9JMa5kEyQV5npYGzbtE.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)