କନକ ବ୍ୟୁରୋ : ଭିଜିଲାନ୍ସର ଖଣ୍ଡା ବୁଲୁଛି । ତେଣୁ ସଜାଗ ହୋଇଯାଆନ୍ତୁ ବାବୁ । ମୁଖ୍ୟମନ୍ତ୍ରୀଙ୍କ ଏଭଳି ଚେତାବନୀ ପରେ ଏବେ ମୁଖ୍ୟ ଶାସନ ସଚିବ, ଦୁର୍ନୀତିଖୋରଙ୍କୁ ସାବାଡ୍ କରିବାକୁ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି । ଭିଜିଲାନ୍ସ ଦୁର୍ନୀତିଖୋରଙ୍କୁ ଧରିବା ପୂର୍ବରୁ ବାବୁମାନେ ଦୁର୍ନୀତିଖୋରଙ୍କୁ ଚିହ୍ନଟ କରନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ନିଇତି ଦୁର୍ନୀତିଖୋର ବାବୁଙ୍କ ଘରେ ହେଉଛି ଭିଜିଲାନ୍ସ ଚଢ଼ଉ । ହେଲେ ଧରାପଡ଼ିବା ବେଳକୁ ସମୟ ଗଡ଼ି ଯାଉଛି । ତେଣୁ ଦୁର୍ନୀତିର ମୂଳୋତ୍ପାଟନ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟ ଶାସନ ସଚିବ । ବିଭାଗରେ ଭିଜିଲାନ୍ସ ପଶିବା ପୂର୍ବରୁ ବାବୁମାନେ ଧରନ୍ତୁ ଦୁର୍ନୀତି । ଏନେଇ ସବୁ ବିଭାଗ, ଜିଲ୍ଲାପାଳ ଓ ଆର୍ଡିସିଙ୍କୁ ଚିଠି ଲେଖିଛନ୍ତି । ଏହାସହ ଦୁର୍ନୀତିଖୋରଙ୍କ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଦୁର୍ନୀତି ରୋକିବାକୁ ମୁଖ୍ୟ ଶାସନ ସଚିବ ନୂଆ ଫର୍ମୁଲା ଆପଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ ଅଫିସରେ କିଣାବିକା ଓ ଚୁକ୍ତି ପରିଚାଳନା କ୍ଷେତ୍ରରେ ଇ-କ୍ରୟ, ଇ-ଟେଣ୍ଡରିଂ ବ୍ୟବସ୍ଥା । ଅନ୍ଲାଇନ୍ ବଦଳି ନୀତିର କାର୍ଯ୍ୟକାରିତାକୁ ଗୁରୁତ୍ବ । ସମ୍ବେଦନଶୀଳ ପଦବିରେ ଦାୟିତ୍ବରେ ଥିବା ଅଧିକାରୀଙ୍କ ନିୟମିତ ବଦଳି । ବିଭାଗୱାରି ଇଣ୍ଟରନାଲ ଭିଜିଲାନ୍ସ କମିଟି ଗଠନକୁ ଗୁରୁତ୍ବ । ଏହାଦ୍ବାରା ଦୁର୍ନୀତିରେ କିଛି ମାତ୍ରାରେ ବ୍ରେକ୍ ଲାଗିପାରିବ। ତେବେ ପ୍ରଶ୍ନ ଉଠୁଛି, ବିଭାଗୱାରି ଦୁର୍ନୀତିଖୋର ବାବୁଙ୍କୁ ଧରାଗଲେ କାର୍ଯ୍ୟାନୁଷ୍ଠାନ ହେବ ତ ? ସଲାସୁତୁରାରେ ବିଭାଗୀୟ ଅଧିକାରୀ ଚାପି ଦେବେନି ତ ଦୁର୍ନୀତି ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/09/11/corruption-2025-09-11-19-18-16.jpg)