୯୦ ସରକାରୀ ବାବୁଙ୍କ ବିରୋଧରେ ହୋଇଛି ଭିଜିଲାନ୍ସ ମାମଲା ; ଦୁର୍ନୀତି ବିରୋଧରେ ଶକ୍ତ ହୋଇଛନ୍ତି ନୂଆ ସରକାର

ଦୁର୍ନୀତି ବିରୋଧରେ ମୋହନ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ  । କ୍ଷମତାକୁ ଆସିବାର ୫ମାସ ଭିତରେ ୯୦ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲା । ଶୂନ୍ୟକାଳରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ  ।

52coruu

କନକ ବ୍ୟୁରୋ: ଦୁର୍ନୀତି ବିରୋଧରେ ଆକ୍ସନ ମୋଡ଼ରେ ମୋହନ ସରକାର। କ୍ଷମତାକୁ ଆସିବାର ୫ ମାସ ଭିତରେ ୯୦ ଜଣ ସରକାରୀ ଅଧିକାରୀଙ୍କ ବିରୋଧରେ ରୁଜୁ ହୋଇଛି ଭିଜିଲାନ୍ସ ମାମଲା । ବିଜେଡି ବିଧାୟକ ପ୍ରତାପ ଦେବଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଗୃହରେ ଏହି ଲିଖିତ ଉତ୍ତର ରଖିଛନ୍ତି। ରାଜସ୍ୱ ବିଭାଗର ସର୍ବାଧିକ ୨୦ ଅଧିକାରୀ ଏବଂ ପଞ୍ଚାୟତିରାଜ ବିଭାଗର ୧୮ ଜଣ ଅଧିକାରୀଙ୍କ ବିରୋଧରେ ମାମଲା ହୋଇଛି । ଗତ ଜୁନ୍ ମାସରେ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରଠୁ ଅକ୍ଟୋବର ମଧ୍ୟରେ ନୂଆ ସରକାର ଦୁର୍ନୀତିଖୋରଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଥିବା ଗୃହରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe