କନକ ବ୍ୟୁରୋ: ଦୁର୍ନୀତି ବିରୋଧରେ ଆକ୍ସନ ମୋଡ଼ରେ ମୋହନ ସରକାର। କ୍ଷମତାକୁ ଆସିବାର ୫ ମାସ ଭିତରେ ୯୦ ଜଣ ସରକାରୀ ଅଧିକାରୀଙ୍କ ବିରୋଧରେ ରୁଜୁ ହୋଇଛି ଭିଜିଲାନ୍ସ ମାମଲା । ବିଜେଡି ବିଧାୟକ ପ୍ରତାପ ଦେବଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଗୃହରେ ଏହି ଲିଖିତ ଉତ୍ତର ରଖିଛନ୍ତି। ରାଜସ୍ୱ ବିଭାଗର ସର୍ବାଧିକ ୨୦ ଅଧିକାରୀ ଏବଂ ପଞ୍ଚାୟତିରାଜ ବିଭାଗର ୧୮ ଜଣ ଅଧିକାରୀଙ୍କ ବିରୋଧରେ ମାମଲା ହୋଇଛି । ଗତ ଜୁନ୍ ମାସରେ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରଠୁ ଅକ୍ଟୋବର ମଧ୍ୟରେ ନୂଆ ସରକାର ଦୁର୍ନୀତିଖୋରଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଥିବା ଗୃହରେ କହିଛନ୍ତି।
୯୦ ସରକାରୀ ବାବୁଙ୍କ ବିରୋଧରେ ହୋଇଛି ଭିଜିଲାନ୍ସ ମାମଲା ; ଦୁର୍ନୀତି ବିରୋଧରେ ଶକ୍ତ ହୋଇଛନ୍ତି ନୂଆ ସରକାର
ଦୁର୍ନୀତି ବିରୋଧରେ ମୋହନ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ । କ୍ଷମତାକୁ ଆସିବାର ୫ମାସ ଭିତରେ ୯୦ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲା । ଶୂନ୍ୟକାଳରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ।
/kanak/media/media_files/2024/12/02/oThauh5sbh12W3zlICkL.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)