ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପୁଲିସ୍ ବାବୁ,  ଫାଣ୍ଡି ଅଧିକାରୀ ହୃଷିକେଶ ବିଶ୍ୱାଳଙ୍କୁ ଗିରଫ କଲା ଭିଜିଲାନ୍ସ

ଦୁର୍ଘଟଣା ପରେ ଫାଣ୍ଡିରୁ ଗାଡିକୁ ଛଡ଼ାଇବାକୁ ଦାବି କରିଥିଲେ ୧୫ହଜାର ଟଙ୍କା । ଆଜି ୫ହଜାର ନେବାବେଳେ ଗିରଫ ।

ଭିଜିଲାନ୍ସ ଜାଲରେ ପୁଲିସ୍ ବାବୁ

ଭିଜିଲାନ୍ସ ଜାଲରେ ପୁଲିସ୍ ବାବୁ Photograph: (KanaKNews)

କନକ ବ୍ୟୁରୋ;  ଲାଞ୍ଚ ନେବାବେଳେ ଫାଣ୍ଡି ଅଧିକାରୀଙ୍କୁ ମାଡି ବସିଲା ଭିଜିଲାନ୍ସ । ବାଲେଶ୍ବର ସୋର ଥାନା ଅଧିନ ଅନନ୍ତପୁର ଫାଣ୍ଡି ଅଧିକାରୀ ହୃଷିକେଶ ବିଶ୍ୱାଳଙ୍କୁ ଲାଞ୍ଚ ନେବା ବେଳେ ଗିରଫ କରିଛନ୍ତି ଭିଜିଲାନ୍ସ ଅଧିକାରୀ । ସୂଚନା ଅନୁସାରେ ଗତ ୧୫ ଦିନ ତଳେ ଜଣେ ଯୁବକ ବାଇକରେ ଅନନ୍ତପୁର ଅଭିମୁଖେ ଆସୁଥିବାବେଳେ ରାସ୍ତାରେ ଶୋଇଥିବା ଏକ ଷଣ୍ଢକୁ ଧକା ଦେଇଥିଲେ ।

ସ୍ଥାନୀୟ ଲୋକ ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଅନନ୍ତପୁର ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ ଟିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ପରେ ଗାଡିକୁ ଛଡ଼ାଇଦେବା ପାଇଁ ଫାଣ୍ଡି ଅଧିକାରୀ ହୃଷିକେଶ ବିଶ୍ୱାଳ ଉକ୍ତ ଯୁବକଙ୍କ ଠାରୁ ୧୫ ହଜାର ଟଙ୍କା ଦାବି କରିଥିଲେ । ଆଜି ୫ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe