୨୦୨୫ରେ ଭିଜିଲାନ୍ସକୁ ବଡ଼ ସଫଳତା,  ଗତ ୨୦ ବର୍ଷରେ ଚଳିତ ବର୍ଷ ସର୍ବାଧିକ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର

Advertisment

୨୦୨୫ ରେ ୪୮୮ଟି ମାମଲାର ହୋଇଛି ଫଇସଲା । ୧୦୮ଟି ମାମଲାରେ ଅଭିଯୁକ୍ତଙ୍କୁ ଦଣ୍ଡ ବିଧାନ ।

୨୦୨୫ ରେ ୪୮୮ଟି ମାମଲାର ହୋଇଛି ଫଇସଲା । ୧୦୮ଟି ମାମଲାରେ ଅଭିଯୁକ୍ତଙ୍କୁ ଦଣ୍ଡ ବିଧାନ ।

vigilance 2025

vigilance 2025 Photograph: (kanaknews)

କନକ ବ୍ୟୁରୋ:  ବର୍ଷ ୨୦୨୫ରେ ଭିଜିଲାନ୍‌ସକୁ ମିଳିଛି ବଡ଼ ସଫଳତା । ବିଗତ ୨୦ ବର୍ଷର ଇତିହାସରେ ଭିଜିଲାନ୍‌ସ ବିଭାଗକୁ ସର୍ବାଧିକ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଭିଜିଲାନ୍‌ସ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏଥିରୁ ଜଣାପଡ଼ିଛି ଯେ, ୨୦୨୫ ଏପ୍ରିଲରୁ ଡିସେମ୍ୱର ମଧ୍ୟରେ ରାଜ୍ୟ ସରକାର ଭିଜିଲାନ୍‌ସକୁ ୧୨୫ ଟି କେସ୍‌ର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ଯାହାକି ଏକ ରେକର୍ଡ । ପୂର୍ବରୁ ଏହି ୯ ମାସର ସମୟ ଅବଧି ମଧ୍ୟରେ ରାଜ୍ୟ ସରକାର କେବେ ବି ଭିଜିଲାନ୍‌ସକୁ ଏତେ ସଂଖ୍ୟକ ମାମଲା ତଦନ୍ତ କରିବା ପାଇଁ ଦେଇ ନାହାନ୍ତି ।

 ଅଧିକ ପଢନ୍ତୁ : ରାୟଗଡ଼ା କାଶୀପୁର ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ : ଏକକାଳୀନ ୯ଟି ସ୍ଥାନରେ ଚାଲିଛି ଚଢ଼ାଉ

ମୁଖ୍ୟମନ୍ତ୍ରୀଙ୍କ ଶୂନ୍ୟ ସହନଶୀଳତା ନୀତିକୁ ପାଥେୟ କରି ଦୁର୍ନୀତି ବିରୋଧରେ ଆକ୍ସନ ମୋଡ୍‌ରେ ଭିଜିଲାନ୍‌ସ ବିଭାଗ । ୨୦୨୫ ରେ ୪୮୮ଟି ମାମଲାର ଫଇସଲା, ୧୦୮ଟି ମାମଲାରେ ଅଭିଯୁକ୍ତଙ୍କୁ ଦଣ୍ଡ ବିଧାନ, ସର୍ବାଧିକ ୧୭୩ଟି ଆୟବହିର୍ଭୁତ ସମ୍ପତ୍ତି ଜନିତ ମାମଲାର ଫଇସଲା ହୋଇଛି । ଭିତ୍ତିଭୂମିର ଉନ୍ନତି ଓ ଗୁଣାତ୍ମକ ପ୍ରଶିକ୍ଷଣ ପାଇଁ ରାଜ୍ୟ ଭିଜିଲାନ୍‌ସ ଏକାଡେମୀକୁ ଆଗାମୀ ୩ ବର୍ଷ ପାଇଁ ISO 9001:2015 ସାର୍ଟିଫିକେଟ୍ ମିଳିଛି । ମୁଖ୍ୟମନ୍ତ୍ରୀ ଭିଜିଲାନ୍‌ସ ବିଭାଗକୁ ଏହି ସାର୍ଟିଫିକେଟ ପାଇଁ ଉଚ୍ଚ ପ୍ରଶଂସା କରିବା ସହ ଓଡ଼ିଶାକୁ ସମ୍ପୂର୍ଣ୍ଣ ଦୁର୍ନୀତି ମୁକ୍ତ କରିବା ପାଇଁ ଅଭିଯାନ ଜାରି ରହୁ ବୋଲି ଆହ୍ବାନ ଦେଇଛନ୍ତି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe