କନକ ବ୍ୟୁରୋ: ବର୍ଷ ୨୦୨୫ରେ ଭିଜିଲାନ୍ସକୁ ମିଳିଛି ବଡ଼ ସଫଳତା । ବିଗତ ୨୦ ବର୍ଷର ଇତିହାସରେ ଭିଜିଲାନ୍ସ ବିଭାଗକୁ ସର୍ବାଧିକ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଭିଜିଲାନ୍ସ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏଥିରୁ ଜଣାପଡ଼ିଛି ଯେ, ୨୦୨୫ ଏପ୍ରିଲରୁ ଡିସେମ୍ୱର ମଧ୍ୟରେ ରାଜ୍ୟ ସରକାର ଭିଜିଲାନ୍ସକୁ ୧୨୫ ଟି କେସ୍ର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ଯାହାକି ଏକ ରେକର୍ଡ । ପୂର୍ବରୁ ଏହି ୯ ମାସର ସମୟ ଅବଧି ମଧ୍ୟରେ ରାଜ୍ୟ ସରକାର କେବେ ବି ଭିଜିଲାନ୍ସକୁ ଏତେ ସଂଖ୍ୟକ ମାମଲା ତଦନ୍ତ କରିବା ପାଇଁ ଦେଇ ନାହାନ୍ତି ।
ଅଧିକ ପଢନ୍ତୁ : ରାୟଗଡ଼ା କାଶୀପୁର ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ : ଏକକାଳୀନ ୯ଟି ସ୍ଥାନରେ ଚାଲିଛି ଚଢ଼ାଉ
ମୁଖ୍ୟମନ୍ତ୍ରୀଙ୍କ ଶୂନ୍ୟ ସହନଶୀଳତା ନୀତିକୁ ପାଥେୟ କରି ଦୁର୍ନୀତି ବିରୋଧରେ ଆକ୍ସନ ମୋଡ୍ରେ ଭିଜିଲାନ୍ସ ବିଭାଗ । ୨୦୨୫ ରେ ୪୮୮ଟି ମାମଲାର ଫଇସଲା, ୧୦୮ଟି ମାମଲାରେ ଅଭିଯୁକ୍ତଙ୍କୁ ଦଣ୍ଡ ବିଧାନ, ସର୍ବାଧିକ ୧୭୩ଟି ଆୟବହିର୍ଭୁତ ସମ୍ପତ୍ତି ଜନିତ ମାମଲାର ଫଇସଲା ହୋଇଛି । ଭିତ୍ତିଭୂମିର ଉନ୍ନତି ଓ ଗୁଣାତ୍ମକ ପ୍ରଶିକ୍ଷଣ ପାଇଁ ରାଜ୍ୟ ଭିଜିଲାନ୍ସ ଏକାଡେମୀକୁ ଆଗାମୀ ୩ ବର୍ଷ ପାଇଁ ISO 9001:2015 ସାର୍ଟିଫିକେଟ୍ ମିଳିଛି । ମୁଖ୍ୟମନ୍ତ୍ରୀ ଭିଜିଲାନ୍ସ ବିଭାଗକୁ ଏହି ସାର୍ଟିଫିକେଟ ପାଇଁ ଉଚ୍ଚ ପ୍ରଶଂସା କରିବା ସହ ଓଡ଼ିଶାକୁ ସମ୍ପୂର୍ଣ୍ଣ ଦୁର୍ନୀତି ମୁକ୍ତ କରିବା ପାଇଁ ଅଭିଯାନ ଜାରି ରହୁ ବୋଲି ଆହ୍ବାନ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/01/03/vigilance-2025-2026-01-03-08-05-54.jpg)