କନକ ବ୍ୟୁରୋ: ସୁପ୍ରିମ କୋର୍ଟଙ୍କ ବଡ଼ ରାୟ। ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଅର୍ଥାତ୍ ୧୮ବର୍ଷରୁ କମ୍‌ ବୟସ୍କଙ୍କୁ ଅଶ୍ଳୀଳ ଭାବେ ଚିତ୍ରଣ କରିବା ଅପରାଧ। ସେମାନଙ୍କ ନ୍ୟୁଡ୍ କଣ୍ଟେଣ୍ଟକୁ ଇଲେକ୍ଟ୍ରୋନିକ୍ସ କିମ୍ୱା ଅନ୍ୟ କୌଣସି ଫର୍ମାଟରେ ପ୍ରକାଶ କରିବା ଏବଂ ଏହାକୁ ଅନ୍ୟମାନଙ୍କୁ ପଠାଇବା ଅପରାଧ ଭାବରେ ବିବେଚନା କରାଯିବ। ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଡାଉନଲୋଡ୍ କିମ୍ବା ଦେଖିବା POCSO ଅଧିନିୟମ ଅନୁଯାୟୀ ଅପରାଧ ।ଚାଇଲ୍ଡ ପର୍ଣ୍ଣୋଗ୍ରାଫି ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୨୦୧୯ ମସିହାରେ POCSO ଆକ୍ଟରେ ପରିବର୍ତ୍ତନ କରିଥିଲେ। ଧାରା ୧୪ ଏବଂ ୧୫ ଅନୁଯାୟୀ, ଯଦି କେହି ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଡାଉନଲୋଡ୍ କରନ୍ତି, ସେୟାର କରନ୍ତି କିମ୍ବା ଦେଖନ୍ତି ତେବେ ତାଙ୍କୁ ୩ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ, ଜୋରିମାନା କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯାଇପାରେ ।ଏହା ବ୍ୟତୀତ, ଯଦି ଜଣେ ବ୍ୟକ୍ତି ବ୍ୟବସାୟିକ ଉଦ୍ଦେଶ୍ୟରେ ପାଇଁ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ରଖନ୍ତି, ତେବେ ଅତି କମ୍‌ରେ ତିନି ବର୍ଷ ଜେଲ ବା ଜୋରିମାନା କିମ୍ବା ଉଭୟ ଦଣ୍ଡବିଧାନର ବ୍ୟବସ୍ଥା ଅଛି । ଯଦି ଦ୍ୱିତୀୟ ଥର ପାଇଁ ସେହି ବ୍ୟକ୍ତି ଏପରି କରନ୍ତି ତେବେ ଏହି ଦଣ୍ଡାଦେଶକୁ ପାଞ୍ଚରୁ ସାତ ବର୍ଷକୁ ବୃଦ୍ଧି କରାଯାଇପାରେ । ଭାରତରେ ଅନ୍‌ଲାଇନ୍ ପର୍ଣ୍ଣ ଦେଖିବା ବେଆଇନ ନୁହେଁ, କିନ୍ତୁ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ ୨୦୦୦ରେ ପର୍ଣ୍ଣ ଭିଡିଓ ତିଆରି, ପ୍ରକାଶନ ଏବଂ ପ୍ରସାରଣ ଉପରେ ନିଷେଧାଦେଶ ରହିଛି। ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ ୨୦୦୦ର ଧାରା ୧୭ ଏବଂ ୬୭ରେ ମଧ୍ୟ ୩ବର୍ଷ ଜେଲ୍ ସହିତ ଏହି ଅପରାଧ କରୁଥିବା ବ୍ୟକ୍ତିଙ୍କ ପାଇଁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନାର ବ୍ୟବସ୍ଥା ରହିଛି। ଏହା ବ୍ୟତୀତ ଆଇପିସିର ଧାରା ୨୯୨, ୨୯୩, ୫୦୦, ୫୦୬ ରେ ମଧ୍ୟ ଆଇନ ସମ୍ବନ୍ଧୀୟ ବ୍ୟବସ୍ଥା କରାଯାଇଛି। ଏକ୍ଷେତ୍ରରେ POCSO ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଏ ।ସୁପ୍ରିକୋର୍ଟ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି କି, ପୋକ୍ସୋ ଆକ୍‌ଟରେ ପରିବର୍ତ୍ତନ କରି ଚାଇଡ୍ଡ ପୋର୍ନୋଗ୍ରାଫଇ ଶବ୍ଦ ସ୍ଥାନରେ child sexually abusive and exploitative material (CSAEM) ଲେଖାଯାଉ। ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡଙ୍କ ଅଧ୍ୟକ୍ଷତା କରୁଥିବା ବେଞ୍ଚର ସଦସ୍ୟ ଜଷ୍ଟିଶ ଜେ ବି ପାରଡିଓ୍ବାଲା ୨୦୦ ପୃଷ୍ଠାର ଏହି ରାୟ ଲେଖିଛନ୍ତି।

Advertisment

ସେ କହିଛନ୍ତି ଯେ ଯେପର୍ଯ୍ୟନ୍ତ ପୋକ୍ସୋ ଆଇନରେ ପରିବର୍ତ୍ତନ ସଂସଦରେ ଅନୁମୋଦନ ନହୁଏ ସେପର୍ଯ୍ୟନ୍ତ ଏକ ନିୟମ ଆଣିବା ଉଚିତ୍‌। ସୁପ୍ରିମକୋର୍ଟ ମଧ୍ୟ ଦେଶର ଅଦାଲତମାନଙ୍କୁ ସେମାନଙ୍କ ନିର୍ଦ୍ଦେଶରେ CSAEM ଲେଖିବାକୁ ପରାମର୍ଶ ଦେଇଛନ୍ତି।

ଚାଇଲ୍ଡ ପର୍ଣ୍ଣୋଗ୍ରାଫି:ସୁପ୍ରିମକୋର୍ଟଙ୍କ ବଡ ରାୟ 
ସୁପ୍ରିମ କୋର୍ଟଙ୍କ ବଡ଼ ରାୟ
ଚାଇଲ୍ଡ ପର୍ଣ୍ଣୋଗ୍ରାଫି ବା ୧୮ବର୍ଷରୁ କମ୍‌ ବୟସ୍କଙ୍କୁ ଅଶ୍ଳୀଳ ଭାବେ ଚିତ୍ରଣ କରିବା ଅପରାଧ
ସେମାନଙ୍କ ନ୍ୟୁଡ୍ କଣ୍ଟେଣ୍ଟ ପ୍ରକାଶ କରିବା ଅପରାଧ
ଇଲେକ୍ଟ୍ରୋନିକ୍ସ କିମ୍ୱା ଅନ୍ୟ କୌଣସି ଫର୍ମାଟରେ ପ୍ରକାଶ , ପଠାଇବା ଅପରାଧ 
ବ୍ୟବସାୟିକ ଉଦ୍ଦେଶ୍ୟରେ ପାଇଁ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ରଖିବା ମଧ୍ୟ ଅପରାଧ
ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଡାଉନଲୋଡ୍ କିମ୍ବା ଦେଖିବା POCSO ଅଧିନିୟମ ଅନୁଯାୟୀ ଅପରାଧ 
ଚାଇଲ୍ଡ ପର୍ଣ୍ଣୋଗ୍ରାଫି ବୃଦ୍ଧି 
୨୦୧୯ ମସିହାରେ କେନ୍ଦ୍ର POCSO ଆକ୍ଟରେ ପରିବର୍ତ୍ତନ କରିଥିଲେ
ଧାରା ୧୪ ଏବଂ ୧୫ ଅନୁଯାୟୀ ଦଣ୍ଡବିଧାନ 
୩ବର୍ଷ ପର୍ୟ୍ୟନ୍ତ ଜେଲ ଦଣ୍ଡ, ଜୋରିମାନା ଦଣ୍ଡବିଧାନ
ଅତି କମ୍‌ରେ ତିନି ବର୍ଷ ଜେଲ ବା ଜୋରିମାନା କିମ୍ବା ଉଭୟ ଦଣ୍ଡବିଧାନ
ଦ୍ୱିତୀୟ ଥର ଦୋଷୀ ହେଲେ ୫ରୁ୭ବର୍ଷ ଜେଲଦଣ୍ଡ