vietman Photograph: (KanakNews)
କନକ ବ୍ୟୁରୋ : ଭିଏତନାମ ଆଡ଼କୁ ଦ୍ରୁତଗତିରେ ମୁହାଁଉଛି ବାତ୍ୟା ‘ବୁଆଲୋଇ’। ଏହାକୁ ଦୃଷ୍ଟିରେ ରଖି ଉଦ୍ଧାର ଅଭିଯାନ ତ୍ୱରାନ୍ୱିତ କରାଯାଇଛି । ୨ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଯେଉଁ ସ୍ଥାନରେ ବାତ୍ୟା ମାଡ଼ ହେବା ନେଇ ଆଶଙ୍କା ରହିଛି, ସେଠାରେ ସ୍ଥିତିର ମୁକାବିଲା ପାଇଁ ପ୍ରାୟ ୧ ଲକ୍ଷ ସୈନ୍ୟ ମୁତୟନ ଅଛନ୍ତି । ୪ଟି ତଟବର୍ତ୍ତୀ ବିମାନବନ୍ଦର ବନ୍ଦ କରାଯାଇଛି । ଚଳିତବର୍ଷ ଭିଏତନାରେ ୯ ଟି ବାତ୍ୟା ମାଡ଼ ହୋଇ ସାରିଲାଣି । ‘ବୁଆଲୋଇ’ ହେଉଛି ଦଶମ ବାତ୍ୟା । ବୁଆଲୋଇର ପ୍ରକୋପରେ ବର୍ଷା ଜାରି ରହିଛି । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟା ପ୍ରତି ୧୩୩ କିଲୋମିଟର ରହିବ ବୋଲି ଅନୁମାନ କରାଯାଉଛି । ପାଣିପାଗ ବିଭାଗ କହିଛି, ବାତ୍ୟା ସ୍ଥଳଭାଗ ଛୁଇଁବା କ୍ଷଣି ଏହା ସାଂଘାତିକ ବିନାଶ ଘଟାଇବ । ଏକାଧିକ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିପାରେ ଭିଏତନାମ । ବାତ୍ୟା ବୁଆଲୋଇ ପ୍ରଭାବରେ ଶକ୍ତିଶାଳୀ ପବନ, ପ୍ରବଳ ବୃଷ୍ଟିପାତ, ବନ୍ୟା, ଅଚାନକ ବନ୍ୟା, ଭୂସ୍ଖଳନ ଓ ତଟବର୍ତ୍ତୀ ବିପର୍ଯ୍ୟୟ ଭଳି ଘଟଣା ଦେଖିବାକୁ ମିଳିପାରେ । ପ୍ରଶାସନକୁ ବ୍ୟାପକ ଭାବେ ପ୍ରସ୍ତୁତ ରହିବା ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ମାଡ଼ି ଆସୁଛି ବାତ୍ୟା ‘ବୁଆଲୋଇ’
ଭିଏତନାମକୁ ପୁଣି ବାତ୍ୟା ଭୟ
ଭିଏତନାମ ଆଡ଼କୁ ଦ୍ରୁତଗତିରେ ମୁହାଁଉଛି ବାତ୍ୟା ‘ବୁଆଲୋଇ’
୨ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର
୪ ଟି ବିମାନବନ୍ଦର ହେଲା ବନ୍ଦ
ସମୁଦ୍ର କୂଳିଆ ଅଞ୍ଚଳରେ ୧ ଲକ୍ଷ ସୈନ୍ୟ ମୁତୟନ
ଚଳିତବର୍ଷ ଭିଏତନାମରେ ୯ ଟି ବାତ୍ୟା ମାଡ଼ ହେଲାଣି
‘ବୁଆଲୋଇ’ ହେଉଛି ଦଶମ ବାତ୍ୟା
Follow Us