କନକ ବ୍ୟୁରୋ: ଆଜି ବିଦ୍ୟା ବିକାଶ ଗ୍ରୁପ୍ ସମ୍ବଲପୁର ଶାସନ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଖେଳ ବିଭାଗ ଏହାକୁ ପରିଚାଳନା କରିଥିଲେ । ଏଥିରେ ୨୦୦ରୁ ଊଦ୍ଧ୍ୱର୍ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଯୋଗ ଦେଇ ସମୂହ ଯୋଗ ଅଭ୍ୟାସ କରିଥିଲେ । ବିଭିନ୍ନ ଆସନ ଓ ପ୍ରାଣାୟାମ ଅଭ୍ୟାସ କରାଇବା ସହିତ ଏହାର ଉପକାରିତା ବିଷୟରେ ବୁଝାଇ ଦିଆଯାଇଥିଲା ।
ବିକାଶ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁଟ୍ର ଚେୟାରମେନ୍ ତଥା ପରିଚାଳନା ନଦର୍ଦ୍ଦେଶକ ଶ୍ରୀଯୁକ୍ତ ଜି. ଭାସ୍କର ରାଓ ଓ ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର ଶ୍ରୀଯୁକ୍ତ ଜି. ରାମକୃଷ୍ଣ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯୋଗ ଓ ପ୍ରାଣାୟାମର ଗୁରୁତ୍ୱ ଉପରେ ମତ ରଖି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ବିଦ୍ୟା ବିକାଶ ଗ୍ରୁପ୍ର ଚିଫ୍ ଏଡ୍ମିନିଷ୍ଟ୍ରେଟିଭ୍ ଅଫିସର ଶ୍ରୀଯୁକ୍ତ ସଂଜୀବ କୁମାର ବାବୁ, ବିକାଶ ଦ କନ୍ସେପ୍ଟ ସ୍କୁଲ ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋରଂଜନ ପତି, ବିକାଶ ସମ୍ବଲପୁର ସିନିୟର ସେକଣ୍ଡାରୀ ଅଧ୍ୟକ୍ଷା ଡକ୍ଟର ପୁଷ୍ପିତା ପଣ୍ଡା, ବିକାଶ ହାଇୟର ସେକଣ୍ଡାରୀ ସ୍କୁଲ ଇନ୍ଜାର୍ଜ ଅଧ୍ୟକ୍ଷ ଡକ୍ଟର ଦିବ୍ୟସିଂହ ମହାନ୍ତ, ବିକାଶ ନର୍ସିଂ କଲେଜ ଅଧ୍ୟକ୍ଷ ଈଶ୍ୱର ନାଗ ତଥା ବିକାଶ ଦ କନ୍ସେପ୍ଟ ସ୍କୁଲର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଯଶୱନ୍ତ ସାହୁ ଉପସ୍ଥିତ ରହି ଯୋଗ ଓ ପ୍ରାଣାୟାମ କରିବା ସହିତ ଏହାର ଉପକାରିତା ଉପରେ ନିଜ ନିଜ ମତ ରଖିଥିଲେ । ଯୋଗ ଶିକ୍ଷକ ନିରୁପମା ସାହୁ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀଙ୍କୁ ଯୋଗାସନ ଓ ପ୍ରାଣାୟାମର ପ୍ରଶିକ୍ଷଣ ଦେଇଥିଲେ ।