କନକ ବ୍ୟୁରୋ : ସମଲେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ ଏକ ବଡ଼ ଘୋଷଣା କରାଯାଇଛି । ଟ୍ରଷ୍ଟବୋର୍ଡର ଘୋଷଣା ମୁତାବକ ମନ୍ଦିର ପରିସରରେ କେହି ବି ଭିଡିଓଗ୍ରାଫି କରିପାରିବେ ନାହିଁ । ଟ୍ରଷ୍ଟ କହିଛି କି ମନ୍ଦିରରେ ପବିତ୍ରତା ଅକ୍ଷୁଣ୍ଣ ରଖିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏନେଇ ଟ୍ରଷ୍ଟବୋର୍ଡର ସଭାପତି ସଂଜୟ ବାବୁ ସୂଚନା ଦେଇଛନ୍ତି । ପୂର୍ବ ସରକାର ସମୟରେ ସମଲେଇ ମନ୍ଦିରର ଉନ୍ନତିକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା । ଏଥିରେ ବିଶେଷ ଭାବେ ଶ୍ରଦ୍ଧାଳୁ ଓ ମନ୍ଦିରର ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଇଥିଲା ।
ସମ୍ବଲପୁର ଠାରେ ଥିବା ସମଲେଇ ମନ୍ଦିରରେ ଭିଡ଼ିଓଗ୍ରାଫି ମନା । ଭିଡ଼ିଓଗ୍ରାଫିକୁ ବାରଣ କଲା ମନ୍ଦିର ଟ୍ରଷ୍ଟ ବୋର୍ଡ
ଟ୍ରଷ୍ଟ କହିଛି କି ମନ୍ଦିରରେ ପବିତ୍ରତା ଅକ୍ଷୁଣ୍ଣ ରଖିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏନେଇ ଟ୍ରଷ୍ଟବୋର୍ଡର ସଭାପତି ସଂଜୟ ବାବୁ ସୂଚନା ଦେଇଛନ୍ତି । ପୂର୍ବ ସରକାର ସମୟରେ ସମଲେଇ ମନ୍ଦିରର ଉନ୍ନତିକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା । ଏଥିରେ ବିଶେଷ ଭାବେ ଶ୍ରଦ୍ଧାଳୁ ଓ ମନ୍ଦିରର ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଇଥିଲା ।