କନକ ବ୍ୟୁରୋ: ଧରାପଡିଲା ପାକିସ୍ତାନର ମିଛ । ପହଲଗାମ୍ ଆକ୍ରମଣରେ ପାକ୍ ସେନାର ହାତ ଥିବା ଖୁବ୍ ଆଲୋଚନା ହେଉଥିବାବେଳେ ଏହାକୁ ବାରମ୍ବାର ଅଗ୍ରାହ୍ୟ କରୁଥିଲା ପାକ୍ ସେନା । ହେଲେ ଏବେ ତା’ର ମିଛ ଧରାପଡିଲା । କାରଣ ମଙ୍ଗଳବାର ଭାରତର ଏୟାରଷ୍ଟ୍ରାଇକରେ ନିପାତ ହୋଇଥିବା ଆତଙ୍କବାଦୀଙ୍କ ଶେଷ କୃତ୍ୟରେ ପାକ୍ ସେନାର ଏକାଧିକ ଅଧିକାରୀ ସାମିଲ ହୋଇଥିବାର ଭିଡିଓ ଏବେ ଭାଇରାଲ ହେଉଛି । କେବଳ ଏତିକି ନୁହେଁ ପାକ୍ ସେନାଧିକାରୀ ଆତଙ୍କୀଙ୍କ ମୃତଦେହକୁ କାନ୍ଧ ଦେଇ ଶ୍ମଶାନ ଯାଏଁ ଯିବାଠାରୁ ଆରମ୍ଭ କରି ସେମାନଙ୍କ ଅନ୍ତ୍ୟେଷ୍ଟି କ୍ରିୟା ସମୟରେ କାନ୍ଦୁଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି ।
ଏହି ଭିଡିଓ ଦେଖିବା ପରେ ପାକିସ୍ତାନର ମିଛ ଧରାପଡିଛି । ପ୍ରକୃତରେ ଆତଙ୍କୀଙ୍କୁ ପାକ୍ ସେନା ପ୍ରଶ୍ରୟ ଦେବା କଥା ସ୍ପଷ୍ଟ ବାରି ହୋଇପଡୁଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/05/07/0Qmr2L3aWEP6qILrQUXU.jpg)