କନକ ବ୍ୟୁରୋ: ତାମିଲନାଡୁରରୁ ଆସିଛି ଏକ ରୋଚକ ଘଟଣା । ମଞ୍ଚ ଉପରେ ରାଜ୍ୟପାଳଙ୍କୁ ଅପମାନ । ବିଶ୍ବବିଦ୍ୟାଳୟର ଜଣେ ଛାତ୍ରୀ ରାଜ୍ୟପାଳଙ୍କଠୁ ଅପମାନ କରିଥିବା ଘଟଣା ବେଶ ଚର୍ଚ୍ଚା ସାଉଁଟିଛି । ଦୀକ୍ଷାନ୍ତ ସମାରୋହରେ ମଞ୍ଚ ଉପରେ ରାଜ୍ୟପାଳ ଆରଏନ ରବିଙ୍କ ସହ କୁଳପତି ଓ ଅନ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀଙ୍କୁ ଡିଗ୍ରୀପତ୍ର ପ୍ରଦାନ କରୁଥିଲେ । ଏହି ସମୟରେ ମଞ୍ଚ ଉପରୁ ଆସିଥିଲେ ଛାତ୍ରୀ ଜିନ ଜୋଶେଫ । ଲାଗୁଥିଲା ଅନ୍ୟ ଛାତ୍ରଛାତ୍ରୀଙ୍କ ପରି ଜିନ୍ ପ୍ରଥମେ ରାଜ୍ୟପାଳଙ୍କୁ ସମ୍ମାନ ଜଣାଇ ଡିଗ୍ରୀ ପତ୍ର ନେବେ ଓ ଫଟୋ ଉଠେଇବେ କିନ୍ତୁ ସେମିତି କିଛି ଘଟିନଥିଲା ।
ରାଜ୍ୟପାଳଙ୍କୁ ଅଣଦେଖା କରି ଆଗକୁ ଚାଲିଯାଇଥିଲେ ଓ ତାଙ୍କ ନିକଟରେ ଉପସ୍ଥିତ ବିଶ୍ବବିଦ୍ୟାଳୟର ଭାଇସ ଚାନ୍ସଲର ଏନ ଚନ୍ଦ୍ରଶେଖରଙ୍କ ହାତରୁ ଡିଗ୍ରୀପତ୍ର ଗ୍ରହଣ କରିଥିଲେ । ଦେଖଣାହାରୀ ଆଶ୍ଚର୍ଯ୍ୟ ଚକିତ ହେବା ସହ ଅନେକ ପ୍ରଶ୍ନ ମଧ୍ୟ ଉଠିଥିଲା । ତେବେ ସୂଚନା ଅନୁସାରେ ଜିନ ଜୋଶେଫ ଜଣେ ଡିଏମକେ ନେତାଙ୍କ ପତ୍ନୀ । ତେବେ ସମାଲୋଚନାର ଶିକାର ହେବା ପରେ ଛାତ୍ରୀ କହିଛନ୍ତି ରାଜ୍ୟପାଳଙ୍କ କାର୍ଯ୍ୟନୀତିକୁ ନେଇ ରାଜ୍ୟବାସୀ ଅସନ୍ତୁଷ୍ଟ ଅଛନ୍ତି ।ରାଜ୍ୟବିରୋଧୀ କାମ କରନ୍ତି ଆରଏନ ରବି । ତେଣୁ ତାଙ୍କଠୁ ସେ ଡିଗ୍ରୀ ଗ୍ରହଣ କଲେନି ।