ନେଗୀଙ୍କ ପାଦ ଛୁଇଁଲେ ମୋଦୀ ; ଖୁବ ଭାଇରାଲ ହେଉଛି ଭିଡିଓ

ଚର୍ଚ୍ଚା ସାଉଁଟିଛି ମଞ୍ଚ ଉପରେ ମୋଦୀଙ୍କ ଭିଡିଓ । ପଟପଡ଼ଗଞ୍ଜ ପ୍ରାର୍ଥୀ ରବିନ୍ଦ୍ର ନେଗୀଙ୍କ ପାଦକୁ ୩ଥର ଛୁଇଁ ପ୍ରଣାମ କଲେ ପ୍ରଧାନମନ୍ତ୍ରୀ । ଦେଖଣାହାରୀ ଆଶ୍ଚର୍ୟ୍ୟ, ଉଠିଲା ଅନେକ ପ୍ରଶ୍ନ ।

modi------

modi------ Photograph: (kanakNews)

କନକ ବ୍ୟୁରୋ: ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ ଭିଡିଓ ବେଶ ଭାଇରାଲ ହେଉଛି ।ଏହି ଭିଡିଓ ଆସିଛି ଦିଲ୍ଲୀ ନିର୍ବାଚନ ରାଲିରେ । ବୁଧବାର ଦିଲ୍ଲୀ କରତାରରେ ବିଜେପିର ସଂକଳ୍ପ ରାଲିରେ ପହଁଚିଥିଲେ ପ୍ରଧାନମନ୍ତ୍ରୀ । ମଞ୍ଚରେ ଦଳୀୟ ନେତା,ମନ୍ତ୍ରୀ ଓ ପ୍ରାର୍ଥୀଙ୍କ ଅଭିବାଦନ ଗ୍ରହଣ କରୁଥିଲେ । ହଠାତ ଜଣେ ପ୍ରାର୍ଥୀ ମୋଦୀଙ୍କ ପାଦ ସ୍ପର୍ଶ କରିଥିଲେ ।ସବୁଠୁ ବଡ କଥା ହେଉଛି ପ୍ରଧାନମନ୍ତ୍ରୀ ମୋଦୀ ପ୍ରାର୍ଥୀଙ୍କ ପାଦକୁ ଥରେ କି ଦୁଇ ଥର ନୁହେଁ ୩ଥର ପାଦ ଛୁଇଁଥିଲେ ।ତେବେ ଦେଖାଣାହାରୀଙ୍କ ମନରେ ଅନେକ ପ୍ରଶ୍ନ ଉଠିଥିଲା କିଏ ଏହି ବ୍ୟକ୍ତି,ଯାହାଙ୍କ ପାଦ ଆଉ କେହି ନୁହେଁ ପ୍ରଧାନମନ୍ତ୍ରୀ ସ୍ପର୍ଶ କରିଥିଲେ । ସେ ହେଉଛନ୍ତି ରବିନ୍ଦ ନେଗୀ । ଯିଏ ଗତ ନିର୍ବାଚନରେ ଆପର ହେଭିୱେଟ ନେତା ମନିଷ ସିସୋଦିଆଙ୍କୁ ପଟପଟଗଞ୍ଜ ଆସନରେ କଡ଼ା ଟକ୍କର ଦେଇଥିଲେ । 

ତେବେ କଳେବଳେ କୌଶଳେ ସିସୋଦିଆ ଏହି ଆସନରୁ ଜିତିଥିଲେ ଓ ଏଥରକ ସେ ପଟପଟଗଞ୍ଜ ବଦଳରେ ଜଙ୍ଗପୁରାରୁ ଲଢ଼ୁଛନ୍ତି । ପଟପଟ ଗଞ୍ଜ ଆସନରେ ଏଥରକ ଆପ ଅବଧ ଓଝା ଓ ବିଜେପିର ରବିନ୍ଦ୍ର ନେଗୀଙ୍କ ମଧ୍ୟରେ କଡ଼ା ଟକ୍କର ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe