Photograph: (kanak news)
କନକ ବ୍ୟୁରୋ: ପଟ୍ଟାମୁଣ୍ଡାଇ ଛାତ୍ରୀ ପୋଡି ଓ ମୃତ୍ୟୁ ଘଟଣାରେ ପୀଡିତାଙ୍କ ବାପାଙ୍କ ମୋବାଇଲରୁ ମିଳିଲା ଭିଡିଓ ଓ ଫଟୋ । ଆଜି ବାପାଙ୍କ ମୋବାଇଲଙ୍କ ଜବତ କରିଥିଲା ପୁଲିସ । ଦିନରେ ଥାନାରେ ପୀଡ଼ିତାଙ୍କ ବାପା ଓ ଭାଇଙ୍କୁ ଜେରା କରାଯାଇଛି । ପ୍ରେମିକ ନାଁରେ ମୃତ ଛାତ୍ରୀଙ୍କ ବାପା ଅସଦାଚରଣ କରିଥିବା ନେଇ ଏତଲା ଦେଇଥିବା କେନ୍ଦ୍ରାପଡ଼ା ଏସ୍ପି ସୂଚନା ଦେଇଛନ୍ତି । ଏତଲା ପରେ ପୀଡିତା ବାପା ଙ୍କ ବିସ୍ପୋରକ ବୟାନ. ଘଟଣାର ୪ଦିନ ପରେ ପୋଲିସ କହିବା ପରେ ପୀଡିତାଙ୍କ ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କ ନାମରେ ଏତଲା ଦିଆଯାଇଛି । ପ୍ରମୋଦ ଙ୍କ ନା ରେ ଲାଗିଛି ସଂଗୀନ ଅଭିଯୋଗ। ଭାରତୀୟ ନ୍ୟାୟ ସଂସ୍ଥା ଦଫା 296,75,78,108, IT -66E 67 । ପଟ୍ଟାମୁଣ୍ଡାଇ ଛାତ୍ରୀ ପୋଡି ଘଟଣା ଏବେ ବି ରହସ୍ୟ ଘେରରେ ରହିଛି। ଛାତ୍ରୀଙ୍କୁ ବାନ୍ଧିଥିଲା କିଏ? କେମିତି ଛାତ୍ରୀଙ୍କ ଚିତ୍କାର କାହାକୁ ଶୁଭିଲାନି? ଛାତ୍ରୀଙ୍କ ମୃତ୍ୟୁରେ ଆଉ କାହାର ସମ୍ପୃକ୍ତି ଅଛି କି? ମୃତ୍ୟୁର ୪ ଦିନ ପରେ ପୋଲିସ ଏହାର ଉତ୍ତର ଖୋଜି ପାଉନି। ଏସବୁ ଭିତରେ ଆଜି ମୃତ ଛାତ୍ରୀଙ୍କ ଗାଁରେ ପହଞ୍ଚିଛନ୍ତି ନିଜେ ଏସପି। ସୁରାଗ ଖୋଜିବାକୁ ପଡୋଶୀଙ୍କ ସିସିଟିଭି କ୍ୟାମେରା ଯାଞ୍ଚ କରିଛି ଏସପିଙ୍କ ଟିମ୍। ଏପରିକି ପରିବାର ଲୋକଙ୍କୁ ମଧ୍ୟ ଗୁଡେଇ ତୁଡେଇ ପ୍ରଶ୍ନ କରିଛନ୍ତି ନିଜେ ଏସପି ସିଦ୍ଧାର୍ଥ କଟାରିଆ। ବିଭିନ୍ନ ଦିଗକୁ ନଜରରେ ରଖି ତଦନ୍ତକୁ ଆଗକୁ ବଢାଉଛି ପୁଲିସ।
Follow Us